ଭାରତକୁ ପଶି ଆସିଛନ୍ତି କି ଆତଙ୍କବାଦୀ? ଗୁଜୁରାଟର ଉପକୂଳରୁ ବିଏସଏଫ ଉଦ୍ଧାର କଲା ୫ ପରିତ୍ୟେକ୍ତ ବୋଟ୍

ଗୁଜୁରାଟ: ଅନେକ ଦୁର୍ଦଶା ପରେ ମଧ୍ୟ ସୁଧୁରି ନାହିଁ ପାକିସ୍ତାନ। ସୀମାରେ କଡା ପ୍ରହରା ଥିବାରୁ ଏବେ ଭାରତକୁ ପ୍ରବେଶ କରିବାର ଗଳା ବାଟ ଖୋଜୁଛି ପାକିସ୍ତାନ। ଆଉ ଏହି ଗଳାବାଟ ଜଳପଥରେ ଆବିସ୍କାର କରୁଛନ୍ତି ପାକିସ୍ତାନୀ ଆତଙ୍କବାଦୀ। ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଆତଙ୍କୀ ସଂଙ୍ଗଠନମାନଙ୍କର ମତିଭ୍ରମ ହୋଇଯାଇଛି। ଯାହା ଫଳରେ ଭାରତକୁ ପ୍ରବେଶ କରି ଆତଙ୍କ ସ୍‌ଷ୍ଟି କରିବା ପାଇଁ  ନିୟମିତି ଶଡଯନ୍ତ୍ର ଚଳାଇଛନ୍ତି। ଗତକାଲି  ବିଏସଏଫର ଅଧିକାରୀ ଭାରତ ପାକିସ୍ତାନ ସୀମାରେ ଥିବା ଗୁଜୁରାଟର ହାରାମୀ ନାଳ ନିକଟରେ ପାକିସ୍ତାନର ୫ ମାଛ ଧରା ନାଆ ଜବତ କରିଛନ୍ତି।  ଏହି ନା ଗୁଡିକରେ ମେସିନ ଲାଗିଛି । କିନ୍ତୁ ଜବତ ବେଳେ ଏହି ଡଙ୍ଗାରେ କେହି ନଥିବାରୁ ସନ୍ଦେହ ବଢିବାରେ ଲାଗିଛି। କାରଣ  ଆତଙ୍କବାଦୀ ମାନେ ହୁଏତ ଭାରତ ପ୍ରବେଶ ପାଇଁ ଏହି ମାଛ ଧରା ଡଙ୍ଗାକୁ ବ୍ୟବହାରକରି ପ୍ରବେଶ କରି ପାରିଥାନ୍ତି।

କିଛି ଦିନ ପୂର୍ବେ ଗୁଇନ୍ଦା ବିଭାଗ ନୌସେନା ମୂଖ୍ୟଙ୍କୁ ସୂଚନା ଦେବାକୁ ଯାଇ କହିଥିଲା ଯେ ଆତଙ୍କବାଦୀମାନେ ଭାରତ ପ୍ରବେଶ ପାଇଁ ଜଳ ପଥକୁ ବ୍ୟବହାର କରିବାର ମସୁଧା କରୁଛନ୍ତି। ଏହା ପରେ ନୌସେନା ପକ୍ଷରୁ ତଟ ସୁରକ୍ଷାକୁ କଡ଼ାକଡି କରାଯାଇଥିଲା ଓ ଆଣ୍ଟି ଟେରରଜିମ ସ୍କ୍ବାର୍ଡଙ୍କ ଦ୍ବାରା ତାମିଲନାଡୁ ସମେତ ଅନ୍ୟରାଜ୍ୟରେ ଧରପଗଡ଼ କରାଯାଇ ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିଲା । କିନ୍ତୁ ଗୁଜୁରାଟର ତଟବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ଗୋଟିଏ ପରେ ଗୋଟିଏ ମାଛମରା ଡଙ୍ଗା ତଟରକ୍ଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ବିଏସଏଫ ଅଧିକାରୀ ଏକ ବୟାନରେ କହିଛନ୍ତି ଯେ ଗୁଜୁରାଟ କଚ୍ଛ ଜିଲ୍ଲାର କ୍ରୀକ୍ ଅଞ୍ଚଳରେ ଶୁକ୍ରବାର ରାତି ୧୦.୪୫ ମିଟିନରେ  ସିଙ୍ଗଲ ମେସିନ ଲାଗିଥିବା ୫ ଟି ମାଛ ଧରା ଡଙ୍ଗା ଜବତ କରାଯାଇଛି। ଏହି ଡଙ୍ଗା ଜବତ ହେବା ପରଠାରୁ ଏହି ଅଞ୍ଚଳରେ ବିଶେଷ ଅଭିଯାନ ଚଳାଯାଇଛି ଯହା ଏପର୍ଯ୍ୟନ୍ତ ଚାଲୁରହିଛି। ଏପର୍ଯ୍ୟନ୍ତ କେହି ବି ସନ୍ଦିଗ୍ଧ ଏଠାରୁ ମିଳିନାହାନ୍ତି ବୋଲି ବିଏସଏଫ ଅଧିକାରୀ କହିଛନ୍ତି। ପୂର୍ବରୁ ମଧ୍ୟ ଏହି ଯାଗାରେ ପାକିସ୍ତାନର ଅନେକ ଡଙ୍ଗାକୁ ଜବତ କରିସାରିଛି ବିଏସଏଫ ଟମ୍ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago