ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ସବୁ ବେଳେ କିଛି ନା କିଛି ଅପରାଧିକ ଘଟଣା ଘଟୁଛି । ଏହି କ୍ରମରେ ଆଜି ଲୁଟ୍ର ଶିକାର ହୋଇଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ । ମୋଦିଙ୍କ ବଡ଼ ଭାଇ ପ୍ରହଲ୍ଲାଦ ମୋଦିଙ୍କ ଝିଅ ହେଉଛନ୍ତି ଦମୟନ୍ତୀ ବେନ୍ । ସେ ୍ରାଜି ନିଜ ପରିବାର ସହିତ ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ୍ରୁ ସିଭିଲି ଲାଇନ୍ ସ୍ଥିତ ଗୁଜରାଟ ସମାଜଭବନକୁ ଅଟୋରେ ଯାଉଥିଲେ । ସେଠାରେ ପହଞ୍ଚିବା ପରେ ଦୁର୍ବୃତ୍ତମାନେ ତାଙ୍କ ପର୍ସ ଛଡ଼ାଇ ନେଇ ଫେରାର ହୋଇ ଯାଇଥିଲେ । ଦମୟନ୍ତୀଙ୍କ ପର୍ସରେ ୫୦ରୁ ୬୦ ହଜାର ନଗଦ ଟଙ୍କା ଏବଂ ଦୁଟି ଦାମୀ ମୋବାଇଲ୍ ସମେତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା ।
ଘଟଣା ସ୍ଥାନୀୟ ପୋଲିସ୍ ଜାଣିବା ପରେ ତନାଘନା ଆରମ୍ଭ କରିଥିଲା । ତେବେ ଯେତେବେଳେ ପୋଲିସ୍ ଅଧିକାରୀ ଜାଣିଲେ ଯେ ଦମୟନ୍ତୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ସେମାନଙ୍କ ହୋସ୍ ଉଡ଼ିଗଲା । ସେମାନେ ତଦନ୍ତକୁ ଆହୁରି ଜୋରଦାର କରିଦେଲେ । ସନ୍ଧ୍ୟା ସୁଦ୍ଧା ଲୁଟେରାଙ୍କୁ ଚିହ୍ଟଟ କରାଯାଇଥିଲେ ମଧ୍ୟ ପୋଲିସ୍ ସେମାନଙ୍କୁ ଗିରଫ କରି ପାରିନଥିଲା ।
ସୂଚନା ଅନୁଯାୟୀ ଦମୟନ୍ତୀ ତାଙ୍କ ପରିବାର ସହ ଅମୃତସର ବୁଲିବାକୁ ଯାଇଥିଲେ । ସେଠାରୁ ସେମାନେ ଦିଲ୍ଲୀ ଆସିଥିଲେ । ଏଠାରେ ପ୍ରାୟ ୬ ଘଣ୍ଟା ରହିବା ପରେ ଗୁଜୁରାଟ ଯାଇଥାନ୍ତେ । ତେଣୁ ବିଶ୍ରାମ ନେବା ଲାଗି ସେମାନେ ଗୁଜରାଟ ଭବନରେ ରୁମ୍ବୁକ୍ କରିଥିଲେ । ହେଲେ ଆଜି ସକାଳେ ଷ୍ଟେସନ୍ରୁ ଏଠାରେ ପହଞ୍ଚିବା ପରେ ଲୁଟେରାମାନେ ତାଙ୍କର ପର୍ସ ନେଇ ଛୁ ମାରିଥିଲେ ।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…