ଦିଲ୍ଲୀରେ ଲୁଟ୍‌ର ଶିକାର ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ସବୁ ବେଳେ କିଛି ନା କିଛି ଅପରାଧିକ ଘଟଣା ଘଟୁଛି । ଏହି କ୍ରମରେ ଆଜି ଲୁଟ୍‌ର ଶିକାର ହୋଇଛନ୍ତି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ । ମୋଦିଙ୍କ ବଡ଼ ଭାଇ ପ୍ରହଲ୍ଲାଦ ମୋଦିଙ୍କ ଝିଅ ହେଉଛନ୍ତି ଦମୟନ୍ତୀ ବେନ୍‌ । ସେ ୍ରାଜି ନିଜ ପରିବାର ସହିତ ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ୍‌ରୁ ସିଭିଲି ଲାଇନ୍‌ ସ୍ଥିତ ଗୁଜରାଟ ସମାଜଭବନକୁ ଅଟୋରେ ଯାଉଥିଲେ । ସେଠାରେ ପହଞ୍ଚିବା ପରେ ଦୁର୍ବୃତ୍ତମାନେ ତାଙ୍କ ପର୍ସ ଛଡ଼ାଇ ନେଇ ଫେରାର ହୋଇ ଯାଇଥିଲେ । ଦମୟନ୍ତୀଙ୍କ ପର୍ସରେ ୫୦ରୁ ୬୦ ହଜାର ନଗଦ ଟଙ୍କା ଏବଂ ଦୁଟି ଦାମୀ ମୋବାଇଲ୍‌ ସମେତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା ।
ଘଟଣା ସ୍ଥାନୀୟ ପୋଲିସ୍‌ ଜାଣିବା ପରେ ତନାଘନା ଆରମ୍ଭ କରିଥିଲା । ତେବେ ଯେତେବେଳେ ପୋଲିସ୍‌ ଅଧିକାରୀ ଜାଣିଲେ ଯେ ଦମୟନ୍ତୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରୀ ସେମାନଙ୍କ ହୋସ୍‌ ଉଡ଼ିଗଲା । ସେମାନେ ତଦନ୍ତକୁ ଆହୁରି ଜୋରଦାର କରିଦେଲେ । ସନ୍ଧ୍ୟା ସୁଦ୍ଧା ଲୁଟେରାଙ୍କୁ ଚିହ୍ଟଟ କରାଯାଇଥିଲେ ମଧ୍ୟ ପୋଲିସ୍‌ ସେମାନଙ୍କୁ ଗିରଫ କରି ପାରିନଥିଲା ।
ସୂଚନା ଅନୁଯାୟୀ ଦମୟନ୍ତୀ ତାଙ୍କ ପରିବାର ସହ ଅମୃତସର ବୁଲିବାକୁ ଯାଇଥିଲେ । ସେଠାରୁ ସେମାନେ ଦିଲ୍ଲୀ ଆସିଥିଲେ । ଏଠାରେ ପ୍ରାୟ ୬ ଘଣ୍ଟା ରହିବା ପରେ ଗୁଜୁରାଟ ଯାଇଥାନ୍ତେ । ତେଣୁ ବିଶ୍ରାମ ନେବା ଲାଗି ସେମାନେ ଗୁଜରାଟ ଭବନରେ ରୁମ୍‌ବୁକ୍‌ କରିଥିଲେ । ହେଲେ ଆଜି ସକାଳେ ଷ୍ଟେସନ୍‌ରୁ ଏଠାରେ ପହଞ୍ଚିବା ପରେ ଲୁଟେରାମାନେ ତାଙ୍କର ପର୍ସ ନେଇ ଛୁ ମାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.