Below header

ଭୁବନେଶ୍ୱର: ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଲେ ଆର ଏସ ଏସ ମୁଖ୍ୟ ମୋହନ ଭାଗବତ, କହିଲେ ସମାଜ ବଦଳିଲେ ଦେଶର ଭାଗ୍ୟ ବଦଳିବ

ଭୁବନେଶ୍ୱର(କେନ୍ୟୁଜ୍):  ସମାଜ ବଦଳିଲେ ଦେଶର ଭାଗ୍ୟ ବଦଳିବ । ସମାଜକୁ ପରିବର୍ତ୍ତନ କରିବା ସମସ୍ତଙ୍କ ଦାୟିତ୍ୱ । ଶ୍ରେଷ୍ଠ ବିଚାରଧାରା ବ୍ୟକ୍ତି ସମାଜ ବଦଳାଇପାରିବେ । ଭୁବନେଶ୍ୱରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ବିଭିନ୍ନ ଭାଷା,ବର୍ଣ୍ଣ, ଧର୍ମର ଲୋକ ଦେଶରେ ରହିଛନ୍ତି । ଦେଶବାସୀଙ୍କ ଭାଷା ଅଲଗା,କିନ୍ତୁ ଭାବନା ଏକ । ବିଭିନ୍ନତା ମଧ୍ୟରେ ଏକତାର କଥା କହିଛନ୍ତି ଭାଗବତ । ୧୦ ଦିନିଆ ଗସ୍ତରେ ଆସିଛନ୍ତି ଆରଏସଏସ ମୁଖ୍ୟ । ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ସେ ଯୋଗଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.