ସେକେଣ୍ଡ ସଟର ଡେ’ରେ ଆରଟିଓ ୱାନ ଅଫିସ ବନ୍ଦ ନୋଟିସ, ପୋଷ୍ଟର ମରାକୁ ନେଇ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା

ଭୁବନେଶ୍ବର(କେନ୍ୟୁଜ୍):   ସେକେଣ୍ଡ ସଟର ଡେ’ରେ ଆରଟିଓ ୱାନ ଅଫିସ ବନ୍ଦ ନେଇ ପୋଷ୍ଟର ମରାରୁ ଉତ୍ତେଜନା। ଭୁବନେଶ୍ୱର ଆଚାଯ୍ୟର୍ବିହାର ଠାରେ ଥିବା ଆରଟିଓ ୱାନ ଅଫିସ ଆଜି ବନ୍ଦ ପାଇଁ ସିକ୍ୟୁରିଟି ଗାର୍ଡ ପୋଷ୍ଟର ଲଗାଇଥିଲେ। ଏହାକୁ ବିରୋଧ କରିଥିଲେ ଡ୍ରାଇଭିଂ ଲାଇସେନ୍‌ସ ପାଇଁ ଅପେକ୍ଷା କରିଥିବା ଲୋକେ। ଦେଶର ମୋଟର ଯାନ ଆଇନ କଡ଼ାକଡ଼ି ହେବା ପରେ ଛୁଟି ଦିନରେ ମଧ୍ୟ ଆରଟିଓର ସମସ୍ତ କାର୍ଯ୍ୟ ହେବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ତେବେ କାହିଁକି ଓ କେଉଁ କାରଣରୁ ଅଫିସ ବନ୍ଦ ହେଲା ତାକୁ ନେଇ ଅପେକ୍ଷାରତ ଲୋକେ ପାଟିତୁଣ୍ଡ କରିଥିଲେ। ତେବେ କିଛି ସମୟ ସମୟ ପରେ ଆରଟିଓ ଆସି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।