ମହାରାଷ୍ଟ୍ର ନିର୍ବାଚନ : ଶିବସେନାର ଘୋଷଣା, ୧ ଟଙ୍କାରେ ଔଷଧ ଓ ୧୦ ଟଙ୍କାରେ ପେଟପୂରା ଖାଦ୍ୟ

ମୁମ୍ବାଇ : ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ଶିବସେନା । ଘୋଷଣା କରିଛି ଏଥର କ୍ଷମତାକୁ ଆସିଲେ ୧ ଟଙ୍କାରେ ଔଷଧ ଏବଂ ୧୦ ଟଙ୍କାରେ ପେଟ ପୂରା ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ।
ନିର୍ବାଚନ ଇସ୍ତାହାର ପ୍ରକାଶ ବେଳେ ଆଜି ଦଳ ମୁଖ୍ୟ ଉଦ୍ଧବ ଥାକରେ, ଆଦିତ୍ୟ ଥାକରେ, ପ୍ରିୟଙ୍କା ଚତୁର୍ବେଦୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉଦ୍ଧବ କହିଥିଲେ ଯେ ପୂର୍ବରୁ ମୁଁ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲି ତାକୁ ପୂରଣ କରିଛି । ତେଣୁ ବର୍ତ୍ତମାନର ପ୍ରତିଶ୍ରୁତିକୁ ମଧ୍ୟ ପୂରଣ କରିବି । ଶିବସେନା କ୍ଷମତାକୁ ଆସିଲେ ସାରା ରାଜ୍ୟରେ ୧୦ ଟଙ୍କାରେ ଖାଦ୍ୟ ଦିଆଯିବ । ଏଥିଲାଗି ଅର୍ଥ କେଉଁଠୁ ଆସିବ ସେ କଥା ମୁଁ ବୁଝିବି । ଆଉ ଗରିବ ଲୋକଙ୍କୁ ମାତ୍ର ୧ ଟଙ୍କାରେ ଔଷଧ ଯୋଗାଇଦେବା ଆମର ପ୍ରାଥମିକତା ରହିବ ।
ଆସନ୍ତା ଅକଟୋବର ୨୧ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ । ବିଜେପି ସହିତ ଶିବସେନା ମେଣ୍ଟ କରିଛି । ମୋଟ୍‌ ୨୮୮ ଆସନ ମଧ୍ୟରୁ ବିଜେପି ୧୬୪ ଓ ଶିବସେନା ୧୨୪ଟି ଆସନରେ ପ୍ରାର୍ଥୀ ଦେବାକୁ ସହମତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.