ଡାକ୍ତରୀ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ହସପିଟାଲରେ ୩ ମାସ କାମ କରିବା ବାଧ୍ୟତାମୂଳକ, IMC ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ୍‌ ନେଲା ନିଷ୍ପତ୍ତି

ଭୁବନେଶ୍ବର(କେନ୍ୟୁଜ୍):  ଡାକ୍ତରୀ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ହସପିଟାଲରେ ୩ ମାସ କାମ କରିବା ବାଧ୍ୟତାମୂଳକ । ଭାରତୀୟ ମେଡିକାଲ କାଉନ୍‌ସିଲ୍‌ର ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାବର୍ଷରୁ ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି । ମେଡିକାଲ ପିଜି ଛାତ୍ରଛାତ୍ରୀମାନେ ତିନି ମାସ ଜିଲ୍ଲା ହସପିଟାଲରେ କାର୍ଯ୍ୟ ନ କଲେ ସେମାନଙ୍କୁ ଡିଗ୍ରୀ ମିଳିବ ନାହିିଁଁ । ଏପରିକି କୌଣସି ସ୍ଥାନରେ ଚିକିତ୍ସା କରିପାରିବେ ନାହିଁ । ପୂର୍ବରୁ ଗୁଜରାଟ ଓ ମହାରାଷ୍ଟ୍ର ପରି ରାଜ୍ୟରେ ଅଣ୍ଡରଗ୍ରାଜୁଏଟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରାମାଞ୍ଚଳ ହସଟିଲାରେ ଗୋଟିଏ ବର୍ଷ କାମ କରିବା ବାଧ୍ୟତାମୂଳକ ଥିଲା । ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଗତକାଲି ବସିଥିବା ଏମସିଆଇ ବୋର୍ଡ ଅଫ ଗଭର୍ଣ୍ଣର୍ସ ବୈଠକରେ କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ନୀତି ଆୟୋଗର ସଦସ୍ୟ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.