ଦେଶ ବିଦେଶ

ଇମରାନ ଖାନ୍‌ଙ୍କ ପୂର୍ବ ପତ୍ନୀଙ୍କ କାର ଉପରକୁ ଗୁଳି ମାଡ଼, ପତ୍ନୀ କହିଲେ ଏହା ଆମ ପ୍ରଧାନମନ୍ତ୍ରୀଙ୍କ ନୂଆ ପାକିସ୍ତାନ

ଇସଲାମବାଦ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ପୂର୍ବ ପତ୍ନୀ ରେହମ ଖାନ୍‌ଙ୍କ କାର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ରେହମ ଖାନ ଟ୍ଵିଟ କରି ଏହି ସୂଚନା ଦେଇଛନ୍ତି । ରେହମ ପାକ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏହା କେବଳ ଇମରାନଙ୍କ ସରକାରରେ ସମ୍ଭବ ହୋଇପାରେ । ଖାଲି ସେତିକି ନୁହେଁ ରେହମ ଆହୁରି କହିଛନ୍ତି ଯେ ପାକିସ୍ତାନ ଠକ, ଭୀରୁ ଓ ଲୋଭୀମାନଙ୍କର ଦେଶ ।

ରେହମ ତାଙ୍କ ଟ୍ଵିଟରେ ଲେଖିଛନ୍ତି, ‘ମୁଁ ମୋର ଭଣଜାର ବିବାହରୁ ଫେରୁଥିବା ବେଳେ ରାସ୍ତାରେ କିଛି ଲୋକ ମୋର କାର୍‌ ଉପରକୁ ଗୁଳି ମାଡ଼ କରିଥିଲେ । ମୋଟର ବାଇକରେ ଥିବା ଦୁଇଜଣ ଲୋକ ବନ୍ଧୁକ ମୁନରେ ମୋ କାରକୁ ଅଟକାଇବାକୁ ଚେଷ୍ଟା ମଧ୍ୟ କରୁଥିଲେ । ମୁଁ ତୁରନ୍ତ ମୋର କାର ଭିନ୍ନ ରାସ୍ତାରେ ନେଇଥିଲି । ମୋ ସହ ମୋର ସୁରକ୍ଷା କର୍ମୀ ଓ ମୋ ଡ୍ରାଇଭର ଥିଲେ ବୋଲି ରେହମ ତାଙ୍କ ଟ୍ଵିଟରେ ଲେଖିଛନ୍ତି । ଏହା କ’ଣ ଇମରାନ ଖାନଙ୍କ ନୂଆ ପାକିସ୍ତାନ ? ଭୀରୁ ଓ ଲୋଭୀ ଦେଶରେ ଇମରାନଙ୍କୁ ସ୍ୱାଗତ ।

ରେହମ ଆହୁରି ଲେଖିଛନ୍ତି ମୁଁ ଜଣେ ସାଧାରଣ ପାକିସ୍ତାନଙ୍କ ଭଳି ଜିଇଁବା ଓ ମରିବାକୁ ଚାହେଁ । ମୋ ଉପରେ ଗୁଳି କରନ୍ତୁ ବା ଦେଶର ଆଇନ ବ୍ୟବସ୍ଥାର ଅପମାନ କରନ୍ତୁ । ଏଥି ପାଇଁ ବର୍ତ୍ତମାନର ସରକାରକୁ ଉତ୍ତରଦାୟୀତ୍ୱ କରାଯିବା ଉଚିତ୍‌ । ମୁଁ ମୋର ମାତୃଭୂମୀ ପାଇଁ ଗୁଳି ଖାଇବାକୁ ବି ପ୍ରସ୍ତୁତ ଅଛି ।

ବ୍ରିଟିଶ ମୂଳ ପାକିସ୍ତାନୀ ସାମ୍ବାଦିକ ଓ ପୂର୍ବ ଟିଭି ଆଙ୍କର ରେହମ ଖାନ୍‌ ଙ୍କ ବିବାହ ୨୦୧୪ ରେ ଇମରାନ ଖାନ୍‌ଙ୍କ ସହ ହୋଇଥିଲା । ଉଭୟଙ୍କ ବିବାହ ମାତ୍ର ୧୦ ମାସ ଯାଏ ବଞ୍ଚିରହିଥିଲା । ୪୮ ବର୍ଷୀୟ ରେହମ ତାଙ୍କର ପୂର୍ବ ପତି ଇମରାନଙ୍କ ବଡ଼ ସମାଲୋଚକ ଭାବେ ଜଣାଶୁଣା । ୨୦୧୯ ପୁଲଓ୍ଵାମା ଆକ୍ରମଣରେ ରେହମ ଇମରାନଙ୍କୁ ପାକିସ୍ତାନ ସେନାର କାଠ କଣ୍ଢେଇ ବୋଲି କହିଥିଲେ ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago