ଇମରାନ ଖାନ୍ଙ୍କ ପୂର୍ବ ପତ୍ନୀଙ୍କ କାର ଉପରକୁ ଗୁଳି ମାଡ଼, ପତ୍ନୀ କହିଲେ ଏହା ଆମ ପ୍ରଧାନମନ୍ତ୍ରୀଙ୍କ ନୂଆ ପାକିସ୍ତାନ

ଇସଲାମବାଦ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ଙ୍କ ପୂର୍ବ ପତ୍ନୀ ରେହମ ଖାନ୍ଙ୍କ କାର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ରେହମ ଖାନ ଟ୍ଵିଟ କରି ଏହି ସୂଚନା ଦେଇଛନ୍ତି । ରେହମ ପାକ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏହା କେବଳ ଇମରାନଙ୍କ ସରକାରରେ ସମ୍ଭବ ହୋଇପାରେ । ଖାଲି ସେତିକି ନୁହେଁ ରେହମ ଆହୁରି କହିଛନ୍ତି ଯେ ପାକିସ୍ତାନ ଠକ, ଭୀରୁ ଓ ଲୋଭୀମାନଙ୍କର ଦେଶ ।
ରେହମ ତାଙ୍କ ଟ୍ଵିଟରେ ଲେଖିଛନ୍ତି, ‘ମୁଁ ମୋର ଭଣଜାର ବିବାହରୁ ଫେରୁଥିବା ବେଳେ ରାସ୍ତାରେ କିଛି ଲୋକ ମୋର କାର୍ ଉପରକୁ ଗୁଳି ମାଡ଼ କରିଥିଲେ । ମୋଟର ବାଇକରେ ଥିବା ଦୁଇଜଣ ଲୋକ ବନ୍ଧୁକ ମୁନରେ ମୋ କାରକୁ ଅଟକାଇବାକୁ ଚେଷ୍ଟା ମଧ୍ୟ କରୁଥିଲେ । ମୁଁ ତୁରନ୍ତ ମୋର କାର ଭିନ୍ନ ରାସ୍ତାରେ ନେଇଥିଲି । ମୋ ସହ ମୋର ସୁରକ୍ଷା କର୍ମୀ ଓ ମୋ ଡ୍ରାଇଭର ଥିଲେ ବୋଲି ରେହମ ତାଙ୍କ ଟ୍ଵିଟରେ ଲେଖିଛନ୍ତି । ଏହା କ’ଣ ଇମରାନ ଖାନଙ୍କ ନୂଆ ପାକିସ୍ତାନ ? ଭୀରୁ ଓ ଲୋଭୀ ଦେଶରେ ଇମରାନଙ୍କୁ ସ୍ୱାଗତ ।
ରେହମ ଆହୁରି ଲେଖିଛନ୍ତି ମୁଁ ଜଣେ ସାଧାରଣ ପାକିସ୍ତାନଙ୍କ ଭଳି ଜିଇଁବା ଓ ମରିବାକୁ ଚାହେଁ । ମୋ ଉପରେ ଗୁଳି କରନ୍ତୁ ବା ଦେଶର ଆଇନ ବ୍ୟବସ୍ଥାର ଅପମାନ କରନ୍ତୁ । ଏଥି ପାଇଁ ବର୍ତ୍ତମାନର ସରକାରକୁ ଉତ୍ତରଦାୟୀତ୍ୱ କରାଯିବା ଉଚିତ୍ । ମୁଁ ମୋର ମାତୃଭୂମୀ ପାଇଁ ଗୁଳି ଖାଇବାକୁ ବି ପ୍ରସ୍ତୁତ ଅଛି ।
I choose to live & die like the average Pakistani in Pakistan. Whether it was a cowardly targeted attack or just the state of lawlessness on the main highway of the twin cities…this so called government should be held accountable for it! For my homeland I can take a bullet! https://t.co/d3J5mj8xVc
— Reham Khan (@RehamKhan1) January 2, 2022
ବ୍ରିଟିଶ ମୂଳ ପାକିସ୍ତାନୀ ସାମ୍ବାଦିକ ଓ ପୂର୍ବ ଟିଭି ଆଙ୍କର ରେହମ ଖାନ୍ ଙ୍କ ବିବାହ ୨୦୧୪ ରେ ଇମରାନ ଖାନ୍ଙ୍କ ସହ ହୋଇଥିଲା । ଉଭୟଙ୍କ ବିବାହ ମାତ୍ର ୧୦ ମାସ ଯାଏ ବଞ୍ଚିରହିଥିଲା । ୪୮ ବର୍ଷୀୟ ରେହମ ତାଙ୍କର ପୂର୍ବ ପତି ଇମରାନଙ୍କ ବଡ଼ ସମାଲୋଚକ ଭାବେ ଜଣାଶୁଣା । ୨୦୧୯ ପୁଲଓ୍ଵାମା ଆକ୍ରମଣରେ ରେହମ ଇମରାନଙ୍କୁ ପାକିସ୍ତାନ ସେନାର କାଠ କଣ୍ଢେଇ ବୋଲି କହିଥିଲେ ।