Below header

ନୂଆବର୍ଷ ସେଲିବ୍ରେସନ ପଡିଲା ମହଙ୍ଗା, କ୍ରୁସର ଜଣେ ସଦସ୍ୟ ପଜିଟିଭ ହେବା ପରେ ୨୦୦୦ ଯାତ୍ରୀ ଅଟକ

ନୂଆବର୍ଷ ସେଲିବେସ୍ରନ କରିବା ପାଇଁ କୋର୍ଡେଲିଆ କ୍ରୁସ୍‌ ମୁମ୍ବାଇରୁ ଗୋଆ ଯାଉଥିବା ଯାତ୍ରୀଙ୍କ ପାଇଁ ମୁସ୍କିଲ ବଢିଯାଇଛି। ଏହି କ୍ରୁସ ୨୦୦୦ ଯାତ୍ରୀଙ୍କୁ ଧରି ନୂଆବର୍ଷ ପାଳନ ପାଇଁ ଗୋଆ ଯାଉଥିଲା। କିନ୍ତୁ ଏଥିରେ ଜଣେ କ୍ରୁ ମେମ୍ବର କରୋନା ପଜିଟିଭ୍ ହେବା ପରେ ୨୦୦୦ ଯାତ୍ରୀଙ୍କ ଉପରେ ଏବେ କରୋନା ବିପଦ ଆଶଙ୍କା। ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା କୋର୍ଡେଲିଆ କ୍ରୁସ୍ର ଜଣେ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କ୍ରୁସରେ ଥିବା ସମସ୍ତ ୨୦୧୬ ଲୋକଙ୍କର କରୋନା ଟେଷ୍ଟ କରାଯାଇଛି। ଏବେ ତାଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସଂକ୍ରମିତ ହୋଇଥିବା କ୍ରୁ ମେମ୍ବରକୁ କ୍ରୁସ୍‌ରେ କ୍ୱାରେଣ୍ଟିନ୍‌ରେ ରଖାଯାଇଛି।

କ୍ରୁସ୍‌ରେ କରୋନା ପଜିଟିଭ୍ ଜଣାପଡ଼ିବା ପରେ ଟେଷ୍ଟିଂ ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଏକ ଦଳ କ୍ରୁସରେ ପହଞ୍ଚି ୨୦୧୬ ଜଣଙ୍କର RT-PCT ଟେଷ୍ଟ କରିଛି। ଏମାନଙ୍କର ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯଦି ଏମାନଙ୍କ ରିପୋର୍ଟ ପଜିଟିଭ୍ ଆସିଲା ତେବେ ସମୁଦ୍ରରେ ଏହା କରୋନାର ମହାବିସ୍ଫୋରଣ ହେବ। ତେବେ ରିପୋର୍ଟ ନ ଆସିବା ଯାଏ କ୍ରୁସ୍‌ରୁ ଓହ୍ଲାଇବାକୁ ଯାତ୍ରୀମାନଙ୍କୁ ମନା କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ଏହି କ୍ରୁସ୍‌ଟି ବର୍ତ୍ତମାନ ମୋରମୁଗାଓ ପୋର୍ଟ କ୍ରୁସ ଟର୍‌ମିନାଲ୍‌ ପାଖରେ ଅଟକି ରହିଛି। କ୍ରୁସ୍‌କୁ ଗୋଆରେ ଅଟକିବାକୁ ମୁମ୍ବାଇ ପୋର୍ଟ ଟ୍ରଷ୍ଟ ଅନୁମତି ଦେଇନାହିଁ ବୋଲି ସୂଚନା ମିଳିଛି। ତେବେ ପଜିଟିଭ୍ ହୋଇଥିବା ବ୍ୟକ୍ତି ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।

ମୁମ୍ବାଇରେ ନିଆଁ ଭଳି ବ୍ୟାପୁଛି ସଂକ୍ରମଣ । ମୁମ୍ବାଇରେ ୧୧ହଜାର ୮୭୭ କରୋନା ସଂକ୍ରମିତ ଚିହ୍ନଟ । ନୂଆ ସଂକ୍ରମଣ ସହ ମୁମ୍ବାଇର ଆକ୍ଟିଭ୍ କେସ ରହିଛି ୨୯ ହଜାର ୮୧୯ । ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୪୭ ହଜାର ୪୧୦ ନମୂନା ପରୀକ୍ଷା ହୋଇଥିଲା । ଏଥିରୁ ୮ହଜାର ୬୩ ପଜିଟିଭ୍ କେସ୍ ଆସିଛି ।

ଦେଶରେ ୩୦ହଜାର ଟପିଲା କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୩୩ ହଜାର ୭୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୨୨.୫ ପ୍ରତିଶତ ବଢିଛି କରୋନା ସଂକ୍ରମଣ। ଆକ୍ଟିଭ କେସ୍‌ ୧ଲକ୍ଷ ୪୫ହଜାର ୫୮୨ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୧ ହଜାର ୮୯୩ରେ ପହଞ୍ଚିଛି।

କରୋନାରୁ ସୁସ୍ଥ ହୋଇଛନ୍ତି ୧୦ହଜାର ୮୪୬। ମୁମ୍ବାଇ, ଦିଲ୍ଲୀ ପରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ କର୍ଣ୍ଣାଟକରେ କରୋନା ସଂକ୍ରମଣ ବଢି ଚାଲିଛି। ମୁମ୍ବାଇରେ ୧୧ହଜାର ୮୭୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପଶ୍ଚିମବଙ୍ଗରେ ୬ହଜାର ୧୫୩ , ଦିଲ୍ଲୀରେ ୩ହଜାର ୧୯୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଆଜି ବି ୪୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.