ଖଜୁରୀ ଜଲଦି ଖରାପ ହୋଇଯାଉଛି କି ? ଅଧିକ ଦିନ ଫ୍ରେସ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶୀତଦିନେ ଖଜୁରୀ ଖାଇବା ବେଶ୍ ଫାଇଦାଯୁକ୍ତ ହୋଇଥାଏ। ଏହି କାରଣରୁ ଅଧିକାଂଶ ଲୋକେ ଶୀତଦିନେ ଖଜୁରୀ ଖାଇଥାନ୍ତି। ଏଥିରେ ପ୍ରଚୁର ପରିମାଣରେ ମିନେରାଲ, ଫାଇବର ଏବଂ ଭିଟାମିନ ରହିଥାଏ। ଗୋଟିଏ ଖଜୁରୀରେ ପୋଟାସିୟମ ୬୯୬ ଏମଜି, ମ୍ୟାଗ୍ନେସିୟମ ୫୪ ଏମଜି, ଭିଟାମିନ-ବି ୬.୦୨ ଏମଜି, ଫାଇବର ୬.୭ ଏମଜି, ମାଙ୍ଗାନିଜ ୦.୩ ଏମଜି ଏବଂ କପର ୦.୪ ଏମଜି ରହିଥାଏ। ଏଥିରେ ପ୍ରାକୃତିକ ସୁଗାର ଅଧିକା ରହିଥାଏ। ଏହି କାରଣରୁ ଏହାକୁ ଖାଇବା ପରେ ମିଠା ଖାଇବା ଅନୁଚିତ।
ଖଜୁରୀରେ ଆଣ୍ଟି ଅକ୍ସିଡାଣ୍ଟର ମାତ୍ରା ଅଧିକ ରହିଥାଏ। ଯାହା ଅନେକ ପ୍ରକାର ରୋଗ ସହିତ ଲଢିବାରେ ସକ୍ଷମ ହୋଇଥାଏ। ଖଜୁରୀରେ ଫ୍ଲାବୋନାଇଡସ୍, କେରୋଟେନାଇଡସ୍, ଫେନୋଲିକ ଏସିଡ ରହିଥାଏ। ଆପଣ ଚିନି ବିକଳ୍ପରେ ଖଜୁରୀକୁ ଖାଇପାରିବେ। ଏହାଛଡାହାଡ ମଜବୁତ କରିବା ସହିତ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ ଖଜୁରୀ ।
ଖଜୁରୀରେ ଆୟରନର ମାତ୍ରା ଅଧିକା ରହିଥାଏ, ଯାହା ଶରୀରରେ ହିମୋଗ୍ଲୋବିନର ମାତ୍ରା ଅଧିକ କରିବାରେ ସାହାଯ୍ୟ କରିଥାଏ। ପ୍ରାୟତଃ ମହିଳା, ଛୋଟପିଲାମାନେ ଏନିମିଆ ରୋଗରେ ପୀଡିତ ହୋଇଥାନ୍ତି। ଏହି ସମସ୍ୟା ଦୂର କରିବା ପାଇଁ ଖଜୁରୀ ସେବନ କଲେ ଲାଭ ମିଳିଥାଏ।
କିନ୍ତୁ ଶୀତଦିନରେ ଖଜୁରୀକୁ ସଫ୍ଟ ରଖିବା ଜରୁରୀ ହୋଇଥାଏ। ବେଳେବେଳେ ଏହା ବହୁତ ଶୁଖିଯାଏ, ଯାହା ଖାଇବା ଯୋଗ୍ୟ ହୋଇ ରହେ ନାହିଁ। ଏମିତିରେ କିପରି ଖୁଜରୀକୁ ସଠିକ୍ ଭାବେ ଷ୍ଟୋର କରିବେ, ତାହା ଜାଣିରଖିବା ଜରୁରୀ। ତେବେ ଜାଣନ୍ତୁ ଖଜୁରୀକୁ କିପରି ଷ୍ଟୋର କରିବେ …
ଫ୍ରିଜରେ କରନ୍ତୁ ଷ୍ଟୋର:
ଯଦି ଆପଣ ଅଧିକ ଦିନ ପର୍ଯ୍ୟନ୍ତ ଖଜୁରୀକୁ ଖୋଲା ରଖିଦିଅନ୍ତି, ତେବେ ତାହା ଟାଣ ହୋଇଯାଏ। ଏହାକୁ ଆପଣ ଜିପ୍ ବାଲା ବ୍ୟାଗରେ ରଖିପାରିବେ। କିନ୍ତୁ ଆପଣ ଏହାକୁ ଏକ ଡବାରେ ପସାଇ ଫ୍ରିଜରେ ଷ୍ଟୋର କରିରଖିପାରିବେ। ଆଉ ଆପଣ ଏହାକୁ ପ୍ରତିଦିନ ଫ୍ରିଜରୁ ଫ୍ରେସ କାଢି ଖାଇପାରିବେ।
ଜାରରେ ଷ୍ଟୋର କରନ୍ତୁ:
ଖଜୁରୀକୁ ଏକ ଖୋଲା ଜାଗାରେ ରଖିବା ପରିବର୍ତ୍ତେ କାଚ ଜାରରେ ଷ୍ଟୋର କରିପାରନ୍ତୁ। କିନ୍ତୁ ଧ୍ୟାନ ରଖିବେ, ଜାର୍ ପୂର୍ବରୁ ଭଲଭାବେ ସଫା ହୋଇଥିବ। ଖଜୁରୀ ରଖିଥିବା ଜାରକୁ କୌଣସି ଗରମ ଜାଗା ନୁହେଁ ବରଂ ଥଣ୍ଡାରେ ଜାଗାରେ ରଖନ୍ତୁ।
୬ ମାସ ଯାଏଁ କରନ୍ତୁ ଷ୍ଟୋର:
ଖୁଜରୀକୁ ଏକ ବ୍ଲୋଟିଂ ପେପରରେ ବନ୍ଦ କର ଏୟାର ଟାଇଟ୍ ଡବାରେ ରଖନ୍ତୁ। ଏମିତି କରିବା ଦ୍ୱାରା ଖଜୁରୀ ଅଧିକ ସମୟ ପର୍ଯ୍ୟନ୍ତ ଫ୍ରେସ୍ ରହିଥାଏ। ଏମିତି କରିବା ଦ୍ୱାରା ୬ ମାସ ଯାଏଁ ଖଜୁରୀ ଫ୍ରେସ ରହିଥାଏ।
ଫ୍ରିଜର ବ୍ୟାଗ୍ର ବ୍ୟବହାର:
ଫ୍ରିଜରେ ଖଜୁରୀ ରଖିବା ପାଇଁ ଫ୍ରିଜର ବ୍ୟାଗ୍କୁ ବ୍ୟବହାର କରିପାରିବେ। ଏମିତି କଲେ ଖଜୁରୀ ଫ୍ରେସ ରହିଥାଏ। ଏମିତି କରିବା ଦ୍ୱରା ପ୍ରତିଦିନ ଖଜୁରୀ ଚେକ୍ କରି ଦେଖିବା ମଧ୍ୟ ଆବଶ୍ୟକତା ନାହିଁ।
ଧ୍ୟାନ ଦିଅନ୍ତୁ:
ଯଦି ଆପଣ ୬ ମାସ ଯାଏଁ ଖଜୁରୀକୁ ଷ୍ଟୋର କରିବାକୁ ଚାହୁଁଛନ୍ତି, ତେବେ ଡ୍ରାଏ ଖଜୁରୀ କିଣନ୍ତୁ।
ଯଦି ଖଜୁରୀ ଅଧିକ ସଫ୍ଟ ହୋଇଥାଏ, ତାହାକୁ ବେଶୀ ଦିନ ନ ରଖି ଆଗ ଖାଇଦିଅନ୍ତୁ।