ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଏବେ ଚରମସୀମାରେ ପହଞ୍ଚିଛି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବହୁ ମତ ହରାଇ ସାରିଛନ୍ତି। କିନ୍ତୁ ଏବେ ସେ ପଦ ହରାଇବାକୁ ଚାହୁଁ ନାହାନ୍ତି। ସେ ଇସ୍ତଫା ଦେବେନି ବୋଲି ଅଡ଼ି ବସିଛନ୍ତି। ଏଭଳି ସ୍ଥିତିରେ ତାଙ୍କ ପାର୍ଟି ପିଟିଆଇର ବରିଷ୍ଠ ନେତା ଫୈସଲ ବାବଡ଼ା ଇମ୍ରାନ୍ଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଆଶଙ୍କା କରିଛନ୍ତି।
ପାକିସ୍ତାନ ତହରିକ ଏ ଇନ୍ସାଫ୍ (ପିଟିଆଇ)ର ବରିଷ୍ଠ ନେତା ଫୈସଲ ବାବଡ଼ା ସ୍ଥାନୀୟ ମିଡିଆ ସହ କଥା ହେଲା ବେଳେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଜୀବନ ପ୍ରତି ବିପଦ ରହିଛି ଓ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଏଣୁ ସାର୍ବଜନିନ ସ୍ଥାନରେ ଲୋକଙ୍କୁ ସମ୍ବୋଧିତ କରିବା ବେଳେ ତାଙ୍କୁ ବୁଲେଟ୍ ଫ୍ରୁଫ୍ ସିଲ୍ଡ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ତାଙ୍କ ସୁରକ୍ଷା ଏଜେନ୍ସିଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସୂଚନା ମିଳିଛି। ଏଣୁ ଏବେ ସେ ଅଧିକ ସତର୍କ ରହିବା ଜରୁରୀ ବୋଲି କହିଛନ୍ତି ଫୈସଲ ବାବଡ଼ା।
ଦେଶରେ ଚାଲିଥିବା ରାଜନୈତକ ଅସ୍ଥିରତା ବିଷୟରେ ଫୈସଲ କହିଛନ୍ତି ଯେ ଇମ୍ରାନ୍ ଖାନ୍ ଜଣେ ସାହସୀ ପ୍ରଧାନମନ୍ତ୍ରୀ। ସେ ଦେଶକୁ କାହା ସାମ୍ନାରେ ନଇଁବାକୁ ଦେବେ ନହିଁ।
ସୂଚନାଯୋଗ୍ୟ ଯେ ଆଜି ପାକିସ୍ତାନର ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ହେବ। ଅନୁମାନ କରାଯାଉଛି ଯେ ଦୁଇ ତିନି ମଧ୍ୟରେ ହେବା ଭୋଟିଂ ପରେ ଇମ୍ରାନ୍ ଖାନ୍ଙ୍କ ପଦ ଚାଲିଯିବ।
Also Read: ଅଙ୍ଗୁର… ମନର ଦୁଃଖ କରେ ଦୂର; ଦେଖନ୍ତୁ ଅଙ୍ଗୁର ବିକାଳୀଙ୍କ ଦମ୍ଦାର ଭିଡିଓ
ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…
ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…
ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…
ଭୁବନେଶ୍ୱର : କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…