Below header

ବିପଦରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌, ହତ୍ୟା କରିବାକୁ ରଚାଯାଇଛି ଷଡ଼ଯନ୍ତ୍ର: ପିଟିଆଇ

ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଏବେ ଚରମସୀମାରେ ପହଞ୍ଚିଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବହୁ ମତ ହରାଇ ସାରିଛନ୍ତି। କିନ୍ତୁ ଏବେ ସେ ପଦ ହରାଇବାକୁ ଚାହୁଁ ନାହାନ୍ତି। ସେ ଇସ୍ତଫା ଦେବେନି ବୋଲି ଅଡ଼ି ବସିଛନ୍ତି। ଏଭଳି ସ୍ଥିତିରେ ତାଙ୍କ ପାର୍ଟି ପିଟିଆଇର ବରିଷ୍ଠ ନେତା ଫୈସଲ ବାବଡ଼ା ଇମ୍ରାନ୍‌ଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଆଶଙ୍କା କରିଛନ୍ତି।

ପାକିସ୍ତାନ ତହରିକ ଏ ଇନ୍‌ସାଫ୍‌ (ପିଟିଆଇ)ର ବରିଷ୍ଠ ନେତା ଫୈସଲ ବାବଡ଼ା ସ୍ଥାନୀୟ ମିଡିଆ ସହ କଥା ହେଲା ବେଳେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଜୀବନ ପ୍ରତି ବିପଦ ରହିଛି ଓ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଏଣୁ ସାର୍ବଜନିନ ସ୍ଥାନରେ ଲୋକଙ୍କୁ ସମ୍ବୋଧିତ କରିବା ବେଳେ ତାଙ୍କୁ ବୁଲେଟ୍‌ ଫ୍ରୁଫ୍‌ ସିଲ୍ଡ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ତାଙ୍କ ସୁରକ୍ଷା ଏଜେନ୍ସିଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସୂଚନା ମିଳିଛି। ଏଣୁ ଏବେ ସେ ଅଧିକ ସତର୍କ ରହିବା ଜରୁରୀ ବୋଲି କହିଛନ୍ତି ଫୈସଲ ବାବଡ଼ା।


ଦେଶରେ ଚାଲିଥିବା ରାଜନୈତକ ଅସ୍ଥିରତା ବିଷୟରେ ଫୈସଲ କହିଛନ୍ତି ଯେ ଇମ୍ରାନ୍‌ ଖାନ୍‌ ଜଣେ ସାହସୀ ପ୍ରଧାନମନ୍ତ୍ରୀ। ସେ ଦେଶକୁ କାହା ସାମ୍ନାରେ ନଇଁବାକୁ ଦେବେ ନହିଁ।
ସୂଚନାଯୋଗ୍ୟ ଯେ ଆଜି ପାକିସ୍ତାନର ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ହେବ। ଅନୁମାନ କରାଯାଉଛି ଯେ ଦୁଇ ତିନି ମଧ୍ୟରେ ହେବା ଭୋଟିଂ ପରେ ଇମ୍ରାନ୍‌ ଖାନ୍‌ଙ୍କ ପଦ ଚାଲିଯିବ।

Also Read: ଅଙ୍ଗୁର… ମନର ଦୁଃଖ କରେ ଦୂର; ଦେଖନ୍ତୁ ଅଙ୍ଗୁର ବିକାଳୀଙ୍କ ଦମ୍‌ଦାର ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.