ବିଦ୍ୟୁତ ସଂସ୍ପର୍ଶରେ ଆସି ଗଞ୍ଜାମର ୨ କର୍ମଜୀବୀ ଯୁବକ ମୃତ

ଭୁବନେଶ୍ୱର (କେନ୍ୟୁଜ୍‌) : ଗତକାଲି ସହିଦ ନଗର ଥାନା ଅନ୍ତର୍ଗତ ଭିଏସଏସ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଦୁଇଜଣ କର୍ମଜୀବୀ ଯୁବକ ରାତିରେ ଦୋକାନ ଭିତରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ଏହି ଘଟଣା ସେ ଅଞ୍ଚଳର ପ୍ରତ୍ୟେକଙ୍କୁ ସ୍ତବ୍ଦ କରିଛି। ପୋଲିସର କହିବା ଅନୁଯାୟୀ ଲକ୍ଷ୍ମଣ ବରତିଆ ଓ ଶିବରାମ ଗଉଡ ନାମକ ଦୁଇଜଣ ଯୁବକ ଏକ ମିଠା ଦୋକାନରେ କାମ କରୁଥିଲେ। ଶିବରାମ ଗଉଡ ଘର ସରାବାଡ଼ି ଗ୍ରାମ, ଲକ୍ଷ୍ମଣ ବରତିଆଙ୍କ ଗାଁ ପଦ୍ମ ପୁର ହୋଇଥିବା ବେଳେ ଉଭୟଙ୍କ ଘର ଗଞ୍ଜାମ ଜିଲ୍ଲା ଅଟେ।

ସବୁଦିନ ଭଳି କାମ ସାରି ଦୋକାନରେ ଶୋଇବାକୁ ଗଲା ବେଳେ ପାଖରେ ଥିବା ଏକ ଲୁହା ସ୍ଟୁଲ ଠେଲି ଠେଲି ଦୋକାନ ଭିତରକୁ ନେବା ସମୟର ଷ୍ଟିଲ ଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ଦୁଇଜଣ ତାର ସହିତ ଲାଗି ରହିଯାଇଥିଲେ। ବିଦ୍ୟୁତ୍ ତାର ଲାଗି ଥିବା ଦୁଇଣଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣା ଯାଇଥିଲା। ପରେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସହିଦ ନଗର ଥାନା ପୋଲିସ ଉଭୟଙ୍କୁ ବ୍ୟବଚ୍ଛେଦ କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏବଂ ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.