ଇଦ୍ ଉପଲକ୍ଷେ ଶୁଭେଚ୍ଛା ଜଣାଇଲା ପାକିସ୍ତାନ, ଖୋଲିଲା ଭାରତ ପାଇଁ ବିମାନ ରାସ୍ତା

ଦେଶର ଦିଗଜ ବିମାନ କମ୍ପାନୀ ଇଣ୍ଡିଗୋ ବିମାନ ଅପରେସନ ସେଣ୍ଟରକୁ ଗତ ସୋମବାର ଏବଂ ମଙ୍ଗଳବାର ରାତିରେ ଇଦ୍ ମୁବାରକ ଶୁଭେଚ୍ଛା ଜଣାଇବା ସହ ପାକିସ୍ତାନ ଭାରତୀୟ ବିମାନ ପାଇଁ ନିଜର ବିମାନ ରାସ୍ତା ଖୋଲିଦେଇଛି। ପାକିସ୍ତାନ ରାସ୍ତାରେ ପ୍ରଥମେ ଇଣ୍ଡିଗୋ ବିମାନ ଭାରତରେ ପ୍ରବେଶ କରିଛି। ସେଠାର ସିଭିଲ ଆଭିଏସନର ନିର୍ଦେଶକ କହିଛନ୍ତି, ‘ଜନାବ ଆପକୋ ଜୁବାନ ଦି ଥି’।

ବାଲାକୋଟରେ ଆକ୍ରମଣ ପରେ ପାକିସ୍ତାନ ନିଜର ବାୟୁସୀମାକୁ ଭାରତୀୟ ବିମାନ ପାଇଁ ବନ୍ଦ କରି ଦେଇଥିଲା। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଅହମ୍ମଦାବାଦ ପାଖାପାଖି ତେଲମ ଠାରୁ ଭାରତୀୟ ବିମାନ ପାକିସ୍ତାନରେ ପ୍ରବେଶ କରିପାରିବ ବା ଅନ୍ୟ ଦେଶକୁ ଯାଇ ପାରିବ। ଦୁବାଇ ରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ ଏହି ରାସ୍ତାରେ ପ୍ରବେଶ କରିଛି।

ଇଣ୍ଡିଗୋ ବିମାନରେ କାର୍ଯ୍ୟରତ ଥିବା କର୍ମଚାରୀମାନେ ପାକ୍ ନିର୍ଦେଶକଙ୍କୁ କହିଛନ୍ତି, ‘ଜନାବ ଆପ ଅଭି ତକ ଜାଗ୍ ରହେ ହେ ?’ ଏହି ପ୍ରଶ୍ନର ଉତ୍ତରରେ ପାକ ନିର୍ଦେଶକ କହିଛନ୍ତି, ମୁଁ ସେହି ବିମାନକୁ ମନିଟର କରୁଥିଲି ଏବଂ ସେହି ବିମାନ ଭଲରେ ଲ୍ୟାଣ୍ଡ କରିଥିଲା। ଏଥିସହ ପାକ୍ ନିର୍ଦେଶକ ଇଦ୍ ର ଶୁଭେଚ୍ଛା ଜଣାଇଛନ୍ତି।

ଇଣ୍ଡିଗୋର ଏହି ବିମାନରେ ୧୮୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ବିମାନଟି ଯଦି ତେଲମ ଠାରୁ ସେହି ରାସ୍ତାରେ ଯିବା ପାଇଁ ପରାମର୍ଶ ନ ମିଳେ ତେବେ ଅନ୍ୟ କୌଣସି ରାସ୍ତା ଦେଇ ଆସିବା ପାଇଁ କମ୍ପାନୀ ଏହି ବିମାନରେ ୧୪୬୦୦ କିଲୋର ଇନ୍ଧନ ଭର୍ତ୍ତି କରିଥିଲା । ଏଆରବସ ଏ୩୨୦ ରାତି ୮.୪୨ରେ ଦୁବାଇରୁ ଆସିଥିଲା। ବିମାନ ସଂଖ୍ୟା ୬ଇ ୨୪ର ପାଇଲଟ ପାକ୍ ସୀମାରେ ପଶିବା ପରେ ୧୦ ମିନିଟ ପୂର୍ବ କରାଚୀ ଏଟିସି ସହ ସମ୍ପର୍କ କରିଥିଲା।

ଇଣ୍ଡିଗୋ ଅଧିକାରୀଙ୍କ କହିବା ଅନୁଯାୟୀ ପାଇଲଟ କହିଛନ୍ତି କରାଚିର ଆଇ ଫ୍ଲାଇ ୨୪ (ଟେକ୍ନିକାଲ କଲ ସାଇନ) ଅଟେ, ଯାହା ଅତି ଉଚ୍ଚରେ ଉଡିଥାଏ। ଏଟିସି ପକ୍ଷରୁ ଉତ୍ତରରେ ଠିକ ଅଛି ବୋଲି ମତ ଆସିଛି। ଏହା ପରେ ବିମାନ ୯.୩୦ ରେ ପାକ୍ ସୀମାରେ ପ୍ରବେଶ କରିଥିଲା ଏବଂ ରାତି ୧୦.୪୦ ରେ ଭାରତୀୟ ସୀମାକୁ ଆସିଥିଲା। ରାତି ୧୨.୧୦ମିନିଟରେ ବିମାନଟି ଦିଲ୍ଲୀରେ ଲ୍ୟାଣ୍ଡ କରିଛି।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

16 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

16 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

21 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

43 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

51 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

57 mins ago