ଚାରି ଅଭିଯୁକ୍ତଙ୍କୁ ଏପରି ସର୍ତ୍ତ ରଖି ଜାମିନ୍ ମଞ୍ଜୁର କଲେ ବିଚାରପତି, ଯାହା ଏବେ ସମାଜ ପାଇଁ ସୃଷ୍ଟି କରିଛି ଅନନ୍ୟ ଉଦାହରଣ

ଜୟପୁର: ରାଜସ୍ଥାନ ପ୍ରତାପଗଡ଼ ଜିଲ୍ଲାର ଜଣେ ବିଚାରପତି ଚାରିଜଣ ଅଭିଯୁକ୍ତଙ୍କୁ ଏମିତି ଏକ ସର୍ତ୍ତରେ ଜାମିନ ମଞ୍ଜୁର କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବଣରୁ ଗଛ କାଟିଥିବା ଚାରିଜଣ ଅଭିଯୁକ୍ତଙ୍କୁ କ୍ଷତିର ଭରଣା ପାଇଁ ୨୭୦ଟି ଅଁଳାଗଛ ଲଗାଇବେ ବୋଲି ସର୍ତ୍ତ ରଖି  ବିଚାରପତି ଜଣଙ୍କ ଚାରିଜଣ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରିଛନ୍ତି। ତେବେ କାଠ ଚୋରା ଚାଲାଣ କରିବାକୁ ମାର୍ଚ ୧୯ ତାରିଖ ରାତିରେ ଗାନ୍ଧେର ଠାରେ ଏହି ଚାରି ଅଭିଯୁକ୍ତ ୨୭ଟି ଖଇରା ଗଛ କାଟିଥିଲେ।

ସୋମବାର ଜିଲ୍ଲା ଓ ସେସନ୍‌ ଜଜ୍‌ ରାଜେନ୍ଦ୍ର କୁମାର ଶର୍ମା ରାମଲାଲ୍‌ ତେଲି, ଯଶୋବନ୍ତ ଧୋବି, ଦିନେଶ ତେଲି ଏବଂ ମହମ୍ମଦ ହୁସେନ୍‌ଙ୍କୁ ଆଦେଶ ଦେଇ କହିଛନ୍ତି କି, ସେମାନେ ରୋପଣ କରିବାକୁ ଥିବା ଚାରାଗୁଡ଼ିକ ବଞ୍ଚିଛନ୍ତି ବୋଲି ପ୍ରତି ତିନି ମାସରେ ଥରେ ପ୍ରମାଣ ଦେବେ। ସୂଚନା ଅନୁଯାୟୀ ସେମାନେ ରୋପଣ କରିବାକୁ ଥିବା ଚାରାସଂଖ୍ୟା, କାଟି ଥିବା ଗଛ ସଂଖ୍ଯାର ୧୦ ଗୁଣ ଅଟେ ।୨୭୦ ଗଛ ବଞ୍ଚିଛି ବୋଲି ସେମାନେ ପ୍ରତି ତିନି ମାସରେ ଥରେ ଅଦାଲତରେ ପ୍ରମାଣ ଦେବା ସହିତ କୋର୍ଟର ବିନା ଅନୁମତିରେ ଏହି ଗଛଗୁଡ଼ିକୁ କଟାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

 

Sonalisa

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

10 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

10 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

14 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

37 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

45 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

51 mins ago