ଦେଶ ବିଦେଶ

ବିନା ଲାଇସେନ୍ସରେ ପିଲାକୁ ଗାଡି ଦେବା ପଡିଲା ମହଙ୍ଗା: ବାପା,ମା ଗଲେ ଜେଲ୍

ପୁଡୁଚେରୀ: ନାବାଳକ/ ନାବାଳିକାମାନେ ଡ୍ରାଇଭିଂ କରୁଥିଲେ ହୋଇଯାଆନ୍ତୁ ସାବଧାନ୍! ଆପଣଙ୍କ ଭୁଲ୍ ପାଇଁ ଆପଣଙ୍କ ବାପା ମା’ ଯାଇପାରନ୍ତି ଜେଲ୍। ଭାରତରେ ନାବାଳକ/ ନାବାଳିକା ମାନେ ଡ୍ରାଇଭିଂ କଲେ ଏହା ହେଉଛି ଏକ ଅପରାଧ। କିନ୍ତୁ ପ୍ରତିଦିନ ଅନେକ ନାବାଳକ ଓ ନାବାଳିକା ମାନେ ସ୍କୁଟି, ବାଇକ୍ ଏବଂ କାର୍ ଚଲାଉଥିବାର ଦେଖାଯାଏ । ତେବେ ଏହି ଅପରାଧକୁ ରୋକିବା ପାଇଁ ପୁଡୁଚେରୀରେ ନୂତନ ନିୟମ ଲାଗୁ କରାଯାଇଛି। ସୂଚନା ମୁତାବକ, ନିକଟରେ ପୁଡୁଚେରୀରେ ଏକ ନାବାଳକର ପିତାମାତାଙ୍କୁ ଏହି ଡ୍ରାଇଭିଂ ଘଟଣାରେ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ସହିତ ୨୫ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି। ବର୍ତ୍ତମାନ ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଣାଟି ପ୍ରକ୍ରୁତରେ  କେଉଁଠାରେ ଘଟିଛି ସେ ସମ୍ବନ୍ଧରେ ସମ୍ପୂର୍ଣ୍ଣ ସୂଚନା ପ୍ରକାଶ କରାଯାଇ ନାହିଁ। କିନ୍ତୁ ଏହି ନାବାଳକର ପିତାମାତାଙ୍କୁ ଜେଲକୁ ପଠାଯାଇଥିବା ଜଣାଯାଇଛି। ପୁଡୁଚେରୀ ପରିବହନ ବିଭାଗ ଏହି ଖବର ପ୍ରକାଶ କରିଛି। କୌଣସି ନାବାଳକଓ ନାବାଳିକା ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ଚଳାଇଲେ ଏବେ ପିତାମାତାଙ୍କୁ ଗିରଫ କରାଯିବ ଏବଂ ସେମାନଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଦିଆଯିବ ଏହାସହିତ ୨୫,୦୦୦ ଟଙ୍କା ଜରିମାନା ଆଦାୟ କରାଯିବ।

ଡ୍ରାଇଭିଂ ଲାଇସେନ୍ସ ବିନା ସର୍ବସାଧାରଣ ରାସ୍ତାରେ ଗାଡି ଚଳାଇବା ଏକ ଗୁରୁତର ଅପରାଧ, ଏବଂ ଅପରାଧୀଙ୍କ ବିରୋଧରେ ପୋଲିସର କଠୋର ଦଣ୍ଡବିଧାନ କରିବାର ଅଧିକାର ରହିଛି। ନାବାଳକ ନାବାଳିକାମାନଙ୍କୁ ମୋଟର ଯାନ ଚଳାଇବାକୁ ଅନୁମତି ଦିଆଯାଇନଥାଏ, ତେଣୁ ସେମାନେ ବୀମା ଦ୍ୱାରା ମଧ୍ଯ ଅନ୍ତର୍ଭୁକ୍ତ ନୁହଁନ୍ତି। ତେବେ ଭାରତରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ସର୍ବନିମ୍ନ ୧୮ବର୍ଷ ବୟସ ହେବା ଆବଶ୍ୟକ। ଏହାପୂର୍ବରୁ, ବ୍ୟକ୍ତିଗତ ରାସ୍ତାରେ କିମ୍ବା ରେସଟ୍ରାକ୍ ରେ ଗାଡି ଚଳାଇବା ଅଭ୍ୟାସ କରିପାରିବେ କିନ୍ତୁ ସାଧାରଣ ରାସ୍ତାରେ ନୁହେଁ।

ଏପଟେ  ଅମାନିଆ ନାବାଳକ ଓ ନାବାଳିକାଙ୍କ ଦୁର୍ଘଟଣା ସମ୍ବନ୍ଧୀୟ ସମସ୍ୟା ବଢିବାରେ ଲାଗିଛି। ସେଥିପାଇଁ ନିଜ ନାବାଳକ ପିଲାମାନଙ୍କୁ ମୋଟରସାଇକେଲ, କାର ସମେତ ଅନ୍ଯ ଯାନ ଚଳାଇବାକୁ ଅନୁମତି ଦେଇଥିବାରୁ ଅଭିଭାବକଙ୍କୁ ଉତ୍ତରଦାୟୀ କରିବାକୁ କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅଳ୍ପ ବୟସରୁ ଡ୍ରାଇଭିଂ କରିବା ହେଉଛି ସବୁଠାରୁ ବିପଜ୍ଜନକ ଅପରାଧ ତଥାପି ଭାରତରେ ଏହା ଅତି ସାଧାରଣ ଅଟେ । ତେବେ ଏହି ଭଳି ଏକ ମାମଲାରେ କୋର୍ଟ କଠୋର ଦଣ୍ଡ ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି କହିଲେ ଭୁଲ୍ ହେବନାହିଁ।

 

Sonalisa

Recent Posts

ଟି୨୦ ବିଶ୍ୱକପ : ନ୍ୟୁୟର୍କରେ ଗାର୍ଡେନ ସିଟିରେ ଅଭ୍ୟାସ କରୁଛି ଭାରତୀୟ ଟିମ୍‌

ଟି୨୦ ବିଶ୍ୱକପ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ୪ ଦିନ ପରେ ଆରମ୍ଭ ହେବ ଟି୨୦ ବିଶ୍ୱକପ…

1 min ago

ଜନ୍ମଦିନ ପାଳନ କରି ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ କାର, ପରିବାରର ୬ ମୃତ

ମଙ୍ଗଳବାର ମଧ୍ୟରାତ୍ରୀରେ ମହାରାଷ୍ଟ୍ରର ସାଙ୍ଗଲିର ତାସଗାଓଁ-ମନେରାଜୁରୀ ରାସ୍ତାରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଏହି…

22 mins ago

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଭିଣୋଇ ନାଁରେ ଅଭିଯୋଗ ଆଣିଲା ଶଳା

ଗଞ୍ଜାମ : ମୋ ଭଉଣୀର ବର୍ଷେ ତଳେ ହୋଇଥିଲା ବାହାଘର । କେଡ଼େ ଖୁସିରେ ନୂଆ କରି ସଂସାର ଗଢ଼ି…

26 mins ago

ସାମସଙ୍ଗ ଲଞ୍ଚ କଲା M35 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ…

56 mins ago

ଦିଲ୍ଲୀ: ଏବେ ପାଣି ନଷ୍ଟ କଲେ ଗଣିବେ ତଣ୍ଡ, କଟିବ ୨ ହଜାର ଟଙ୍କା ଚାଲାଣ

ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ ।…

1 hour ago

ସର୍ଜରୀ ପରେ ସାମ୍ନାକୁ ଆସିଲା ରାକ୍ଷୀଙ୍କ ପ୍ରଥମ ଭିଡିଓ, କଷ୍ଟ ଅନୁଭବ କରୁଥିବାର ଆସିଲେ ନଜର

ଆଜିକାଲି ରାକ୍ଷୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାକ୍ଷୀ ସାୱନ୍ତଙ୍କୁ…

2 hours ago