ଦେଶ ବିଦେଶ

କ’ଣ ଏମିତି ଥିଲା ବାହାଘର ନିଶା…୩ ବର୍ଷର ଝିଅକୁ କାର୍‌ରେ ଭୁଲିଗଲେ ବାପାମାଆ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜୀବନ

କ’ଣ ଏମିତି ଥିଲା ବାହାଘର ନିଶା, ଯେଉଁଠି ଜନ୍ମ କଲା ବାପାମାଆ ନିଜ କୁନି ଝିଅକୁ ଭୁଲିଗଲେ ? ରାଜସ୍ଥାନର କୋଟାରୁ ଆସିଛି ଏଭଳି ଏକ ହୃଦୟବିଦାରକ ଘଟଣା, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ । ଜାଣିପାରିବେ ନାହିଁ, କ’ଣ କହିବେ ସେହି ବାପାମାଆଙ୍କୁ । ଏଠାରେ ବନ୍ଦ କାର୍‌ ଭିତରେ ଶ୍ୱାସରୁଦ୍ଧ ହୋଇ ଜଣେ ୩ ବର୍ଷର କୁନି ଝିଅର ଜୀବନ ଚାଲିଯାଇଛି । ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ବାପାମାଆ ଅଜାଣତରେ କାର୍‌ ଭିତରେ ଝିଅକୁ ଛାଡ଼ି ପଳାଇଥିଲେ ।

ସୂଚନା ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ବୁଧବାର ସନ୍ଧ୍ୟାରେ ଘଟିଛି । ମୃତ ଝିଅର ନାମ ଗୌରଭିକା ନାଗର ବୋଲି ଜଣାପଡିଛି ।

ପୋଲିସ ସୂଚନା ଅନୁସାରେ, କୋଟାର ବାସିନ୍ଦା ପ୍ରଦୀପ ନାଗର ପତ୍ନୀ ଏବଂ ୨ ଝିଅଙ୍କ ସହ ଜୋରାଭରପୁରା ଗାଁରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ । ଯେମିତି ସେମାନେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ, ସେତେବେଳେ ମା’ ଓ ବଡ଼ ଝିଅ ପ୍ରଥମେ କାର୍‌ରୁ ବାହାରି ଯାଇଥିଲେ ଏବଂ ପ୍ରଦୀପ ଗାଡ଼ି ପାର୍କିଂ କରିବାକୁ ପଳାଇଥିଲେ । ପ୍ରଦୀପ ଭାବିଥିଲେ ଯେ ସାନ ଝିଅ ଗୌରଭିକା ହୁଏତ ତା’ ମା’ ସହିତ ଭିତରକୁ ଯାଇଥିବ ।

ସେ ପାର୍କିଂସ୍ଥଳରେ କାର୍‌ ପାର୍କିଂ କରି ଲକ୍‌ କରିଦେଇଥିଲେ ଏବଂ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ଝିଅର ବାପାମାଆ ବିବାହ ଉତ୍ସବରେ ଅଲଗା ଅଲଗା ହୋଇ ଲୋକଙ୍କ ସହିତ କଥା ହୋଇଥିଲେ ଏବଂ ଖାଦ୍ୟର ମଜା ନେଇଥିଲେ । ମା’ ଭାବିଥିଲା, ସାନ ଝିଅ ବାପା ପାଖରେ ଅଛି ଏବଂ ବାପା ଭାବିଥିଲା, ଗୌରଭିକା ମା’ ପାଖରେ ଅଛି । ତେଣୁ ଏହି ସମୟରେ କେହି ସାନ ଝିଅ କଥା ଭାବି ନ ଥିଲେ ।

ଯେତେବେଳେ ସେମାନେ ଦେଖା ହୋଇ ପରସ୍ପରକୁ ଗୌରଭିକା ବିଷୟରେ ପଚାରିଥିଲେ, ସେତେବେଳେ ଜଣାପଡ଼ିଥିଲା ଯେ ଝିଅ କାହା ସହିତ ନ ଥିଲା । ଏହାପରେ ସେମାନେ ଝିଅକୁ ଖୋଜିବା ଆରମ୍ଭ କରି ଦେଇଥିଲେ । ଯେତେବେଳେ ପାର୍କିଂସ୍ଥଳରେ ପହଞ୍ଚିଥିଲେ, ସେତେବେଳେ ସେମାନେ ଝିଅକୁ କାର୍‌ ପଛ ସିଟ୍‌ରେ ବେହୋସ୍‌ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ତାକୁ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ କହିଛି ଯେ ଏହି ଘଟଣା ପରେ ବାପାମାଆ ଝିଅର ମୃତଦେହକୁ ବ୍ୟବଚ୍ଛେଦ କରାଇବା ଏବଂ ମାମଲା ରୁଜୁ କରାଇବାକୁ ମନା କରି ଦେଇଛନ୍ତି ।

Roshni

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

44 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

50 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago