ଦେଶ ବିଦେଶ

ପରୀକ୍ଷା ପେ ଚର୍ଚ୍ଚା ୨୦୨୩ : ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେବା ପାଇଁ ଆରମ୍ଭ ହୋଇ ଗଲାଣି ପଞ୍ଜିକରଣ

କେନ୍ୟୁଜ୍‌ : ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ଛାତ୍ରୀମାନେ ପରୀକ୍ଷା ପେ ଚର୍ଚ୍ଚା ୨୦୨୩ ମାଧ୍ୟମରେ ପ୍ରଧାନ ମନ୍ତ୍ରୀଙ୍କ ସହିତ କଥା ହୋଇ ପାରିବେ । ଏହି କାର୍ଯ୍ୟକ୍ରମରେ ପରୀକ୍ଷାରେ ଥିବା ଚାପକୁ ନେଇ ପିଲାମାନେ ସିଧା ସଳଖ ପ୍ରଧାନ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ପାରିବେ । ବର୍ତ୍ତମାନ ପଞ୍ଜିକରଣ ଆରମ୍ଭ ହୋଇ ଯାଇଛି । ଇଛୁକ ଛାତ୍ର ଛାତ୍ରୀମାନେ ଅଫିସିଆଲ େଓ୍ଵବ୍‌ ସାଇଟ୍‌ mygov.inରେ ନିଜର ନାମ ପଞ୍ଜିକରଣ କରି ପାରିବେ ।

ଏହି ପରୀକ୍ଷା ପେ ଚର୍ଚ୍ଚା ୨୦୨୩ ବା PPC ୨୦୨୩ ରେ ୯-୧୨ ଶ୍ରେଣୀର ପିଲା ଭାଗ ନେଇ ପରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷାର ସବୁ ଦିଗ ଉପରେ ଛାତ୍ର ଛାତ୍ରୀମାନଙ୍କ ସହିତ ଆଲୋଚନା କରିବେ । କେମିତି ପରୀକ୍ଷା ବେଳେ ଚାପରୁ ମୁକ୍ତି ପାଇବେ ସେ ସବୁ ବିଷୟରେ ପିଏମ୍‌ ମୋଦି ପିଲାମାନଙ୍କ ସହିତ ଆଲୋଚନା କରିବେ । ପିଲାମାନଙ୍କ ସହିତ ତାଙ୍କର କ୍ୟାରିୟର ସମ୍ପର୍କରେ ସବୁ ପ୍ରଶ୍ନରେ ଉତ୍ତର ଦେବେ, ପ୍ରଧାନମନ୍ତ୍ରୀ ।

ଜଣେ ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜେ ଅବିଭାବକଙ୍କ ସହିତ ପିଲାମାନଙ୍କ ଭବିଷ୍ୟତକୁ ନେଇ ଆଲୋଚନା କରିବେ । ପିଲାମାନଙ୍କୁ କେମିତି ସକ୍ଷମ କରାଯିବ ସେ ସବୁ ବିଷୟରେ ବାପା-ମାଙ୍କ ସହିତ କଥା ବାର୍ତ୍ତ କରିବେ । ପିଲାମାନଙ୍କର ଲକ୍ଷ୍ୟ ଏବଂ ସ୍ୱପ୍ନ ପୂରଣ କରିବା ପାଇଁ ତାଙ୍କୁ ପ୍ରୋତ୍ସାହନ ଦିଆଯିବା ନେଇ ଆଲୋଚନା କରିବେ । ପରୀକ୍ଷା ସମୟରେ ଭୟ,ଚାପ ରୁ କେମିତି ମୁକ୍ତି ପାଇବେ ତା ଉପରେ ପ୍ରଧାନ ମନ୍ତ୍ରୀ ପିଲାମାନଙ୍କୁ ଟିପ୍ସ ଦେବେ ।

ଛାତ୍ର ଏବଂ ଶିକ୍ଷକଙ୍କ ପାଇଁ ଉପହାର କିଟ୍‌ :

ଶିକ୍ଷା ମନ୍ତ୍ରଣାଳୟ ର MyGov ରେ ପ୍ରତିଯୋଗିତା ମାଧ୍ୟମରେ ଚୟନ କରାଯାଇଥିବା ପାଖା ପାଖି ୨,୦୫୦ ଛାତ୍ର , ଶିକ୍ଷକ ଏବଂ ଅଭିବାବକଙ୍କୁ ପରୀକ୍ଷା ପେ ଚର୍ଚ୍ଚା କିଟ୍‌ ଉପହାର ଦିଆଯିବ । ସୂଚନା ଅନୁସାରେ ଅନେକ ରାଜ୍ୟ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରି ସାରିଲେଣି । କିନ୍ତୁ, ସିବିଏସଇ ଏପର୍ଯ୍ୟନ୍ତ ତାରିଖ ଘୋଷଣା କରିନାହିଁ । ଆଶା କରାଯାଉଛି ସିବିଏସଇ ତାର ତାରିଖ ଶୀଘ୍ର ଘୋଷଣା କରିବ । ଏହି ସାକ୍ଷାତରେ ମୋଦିଙ୍କ ସହିତ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଯୋଗଦେବେ । ପରୀକ୍ଷାରେ ସାମ୍ନା କରୁଥିବା ଚାପ ଏବଂ ସେହି ସମୟରେ ନିଜ ଉପରେ କେମିତି ନିୟନ୍ତ୍ରଣ ରଖିବେ ତା ଉପରେ ଆଲୋଚନା କରିବେ ।

KNews Bureau

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

3 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

37 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

45 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago