ନୂଆଦିଲ୍ଲୀ: ଅଧାରେ ବନ୍ଦ ହେଲା ସଂସଦ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା । ଗତକାଲି ସକାଳେ ରାଜ୍ୟସଭା ସାଇନ୍ ଡାଏ ଘୋଷଣା ହୋଇଥିଲା । ଗତ ସଂଧ୍ୟାରେ ଲୋକସଭାକୁ ସାଇନ୍ ଡାଏ ଘୋଷଣା କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ସଂସଦର ମୌସୁମୀ ଅଧିବେଶନ ସେପଟେମ୍ବର ୧୪ ରୁ ଆରମ୍ଭ ହୋଇଥିଲା । ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବାକୁ ଥିଲା ଅଧିବେଶନ ।
କିନ୍ତୁ କରୋନା ମହାମାରୀ ପାଇଁ ଅଧାଦିନ ଚାଲିଲା ସଂସଦ । ସଂକ୍ରମଣ ଭୟରେ ଅଧିବେଶନକୁ ଅଧାରରୁ ବନ୍ଦ କରି ଦିିଆଯାଇଛି । ଏହି ଅଧିବେଶନରେ ଗୃହ କାର୍ଯ୍ୟ ମଧ୍ୟ କାଣ୍ଟଛାଣ୍ଟ କରାଯାଇଥିଲା । ସେପଟେମ୍ବର ୧୪ରୁ ୨୩ ଭିତରେ ରାଜ୍ୟସଭାରେ ୨୫ଟି ବିଲ୍ ପାସ୍ ହୋଇଛି । ଆଉ ୬ଟି ବିଲ୍ ଆଗତ ହୋଇଛି । ପାସ୍ ହୋଇଥିବା ବିଲ୍ ଭିତରେ ରହିଛି ୩ ଟି ବିବାଦୀୟ କୃଷି ବିଲ୍ । ଆଜି ମଧ୍ୟ ରାଜ୍ୟସଭାରେ ତିନିଟି ବିଲ୍ ପାସ୍ ହୋଇଥିଲା । ଗତ ଦୁଇ ଦିନ ଭିତରେ ବିରୋଧୀଙ୍କ ଅନୁପସ୍ଥିତିରେ ରାଜ୍ୟସଭାରେ ୧୫ଟି ବିଲ୍ ପାସ୍ ହୋଇଛି ।
ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…