ସଂକ୍ରମଣ ଭୟରେ ଅଧାରେ ବନ୍ଦ ହେଲା ସଂସଦ, ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନ୍‌ ଡାଏ ଘୋଷଣା

ନୂଆଦିଲ୍ଲୀ: ଅଧାରେ ବନ୍ଦ ହେଲା ସଂସଦ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା । ଗତକାଲି ସକାଳେ ରାଜ୍ୟସଭା ସାଇନ୍‌ ଡାଏ ଘୋଷଣା ହୋଇଥିଲା । ଗତ ସଂଧ୍ୟାରେ ଲୋକସଭାକୁ ସାଇନ୍‌ ଡାଏ ଘୋଷଣା କରିଛନ୍ତି ବାଚସ୍ପତି ଓମ୍‌ ବିର୍ଲା । ସଂସଦର ମୌସୁମୀ ଅଧିବେଶନ ସେପଟେମ୍ବର ୧୪ ରୁ ଆରମ୍ଭ ହୋଇଥିଲା । ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବାକୁ ଥିଲା ଅଧିବେଶନ ।

କିନ୍ତୁ କରୋନା ମହାମାରୀ ପାଇଁ ଅଧାଦିନ ଚାଲିଲା ସଂସଦ । ସଂକ୍ରମଣ ଭୟରେ ଅଧିବେଶନକୁ ଅଧାରରୁ ବନ୍ଦ କରି ଦିିଆଯାଇଛି । ଏହି ଅଧିବେଶନରେ ଗୃହ କାର୍ଯ୍ୟ ମଧ୍ୟ କାଣ୍ଟଛାଣ୍ଟ କରାଯାଇଥିଲା । ସେପଟେମ୍ବର ୧୪ରୁ ୨୩ ଭିତରେ ରାଜ୍ୟସଭାରେ ୨୫ଟି ବିଲ୍‌ ପାସ୍‌ ହୋଇଛି । ଆଉ ୬ଟି ବିଲ୍‌ ଆଗତ ହୋଇଛି । ପାସ୍‌ ହୋଇଥିବା ବିଲ୍‌ ଭିତରେ ରହିଛି ୩ ଟି ବିବାଦୀୟ କୃଷି ବିଲ୍‌ । ଆଜି ମଧ୍ୟ ରାଜ୍ୟସଭାରେ ତିନିଟି ବିଲ୍‌ ପାସ୍‌ ହୋଇଥିଲା । ଗତ ଦୁଇ ଦିନ ଭିତରେ ବିରୋଧୀଙ୍କ ଅନୁପସ୍ଥିତିରେ ରାଜ୍ୟସଭାରେ ୧୫ଟି ବିଲ୍‌ ପାସ୍‌ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.