ଆଜି ସ୍ଥିର ରହିଛି ପେଟ୍ରୋଲ-ଡିଜେଲ୍‌ ଦର, ଜାଣନ୍ତୁ କେତେ ଅଛି ଆପଣଙ୍କ ସହରରେ ଦାମ୍‌

ଗ୍ରାହକଙ୍କ ପାଇଁ ଖୁସି ଖବର। ରାଜ୍ୟ ତୈଳ କମ୍ପାନୀ ପକ୍ଷରୁ ଆଜି ପେଟ୍ରୋଲ ଏବଂ ଡିଜେଲ୍‌ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥିସହ ଗତ ମଙ୍ଗଳବାର ଦିନ ଡିଜେଲ ଦାମରେ ୧୩ ରୁ ୧୫ ପଇସା କମ କରାଯାଇଥିବା ବେଳେ ପେଟ୍ରୋଲ ଦାମରେ ୭ ରୁ ୮ ପଇସା କମ କରାଯାଇଥିଲା। ଏହା ପୂର୍ବରୁ ୩୦ ଜୁଲାଇରେ ଦିଲ୍ଲୀ ସରକାର ଡିଜେଲ ନାମରେ ୮.୩୬ ଟଙ୍କା ହ୍ରାସ କରିଥିଲେ, ଯାହାଦ୍ୱାରା ଦିଲ୍ଲୀରେ ଡିଜେଲ ଦାମ୍‌ ବଜାରରେ ଲିଟର ପିଛା ୭୩.୫୬ ଟଙ୍କା ହୋଇଥିଲା।

ଜାଣନ୍ତୁ ଆଜି ପ୍ରମୁଖ ସହରମାନଙ୍କରେ କେତେ ରହିଛି ପେଟ୍ରୋଲ-ଡିଜେଲ୍‌ ଦର

ରାଜଧାନୀ ଦିଲ୍ଲୀରେ ଡିଜେଲ ଦର ପ୍ରତି ଲିଟର ପିଛା ୭୧.୨୮ ଟଙ୍କା ଥିବା ବେଳେ ପେଟ୍ରୋଲ ଦର ୮୧.୦୬ ଟଙ୍କା ରହିଛି। ସେହିଭଳି କୋଲକାତାରେ ଡିଜେଲ ଦର ୭୪.୮୦ ଟଙ୍କା ଥିବା ବେଳେ ପେଟ୍ରୋଲ ଦର ୮୨.୫୯, ମୁମ୍ବାଇରେ ଡିଜେଲ୍‌ ଦର ୭୭.୭୩ ଟଙ୍କା ଏବଂ ପେଟ୍ରୋଲ ଦର ୮୭.୭୪ ଟଙ୍କା ଏବଂ ଚେନ୍ନାଇରେ ଡିଜେଲ ଦର ଲିଟର ପିଛା ୭୬.୭୨ ଏବଂ ପେଟ୍ରୋଲ ଦର ୮୪.୧୪ ଟଙ୍କା ରହିଛି। ସେହିଭଳି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୮୧ଟଙ୍କା ୯୪ ପଇସା ଥିବା ବେଳେ ଡିଜେଲ୍‌ ଦର ଲିଟର ପିଛା ୭୭ଟଙ୍କା ୯୦ ପଇସା ଥିବା ରେକର୍ଡ ହୋଇଛି।

petrolକେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ

ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ

ସୂଚନା ମୁତାବକ ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ | ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ କ’ଣ ତାହା ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.