ସଂସଦର ଆଇଟି କମିଟି ଆଗରେ ହାଜର ହେଲେ ଟ୍ଵିଟର ଅଧିକାରୀ , ଦୀର୍ଘ ୩ ଘଣ୍ଟା ଧରି ଆଗାମୀ ନିର୍ବାଚନ ନେଇ ବୈଠକରେ ଆଲୋଚନା

ଦିଲ୍ଲୀ(କେନ୍ୟୁଜ୍) : ସଂସଦର ଆଇଟି କମିଟି ଆଗରେ ହାଜର ହେଲେ ଟ୍ଵିଟରର ଅଧିକାରୀ ଦଳ । ଟ୍ଵିଟର ଭାଇସ ପ୍ରେସିଡେଣ୍ଟ ଓ ଗ୍ଲୋବାଲ ପଲିସୀ ହେଡ କଲିନ କ୍ରୋଏଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ କମିଟି ଆଗରେ ହାଜର ହୋଇଛନ୍ତି । ଦୀର୍ଘ ୩ ଘଣ୍ଟା ଧରି ଚାଲିଥିବା ବୈଠକରେ ଆଗାମୀ ନିର୍ବାଚନରେ ବିଦେଶୀ ସଂସ୍ଥାମାନଙ୍କର କୌଣସି ପ୍ରକାର ଅପପ୍ରଚାର, ଗୁଜବକୁ ରୋକିବାକୁ ସହାୟତା ପ୍ରଦାନ ନେଇ ଆଲୋଚନା ହୋଇଥିଲା ।

କୌଣସି ଅପପ୍ରଚାର କିମ୍ବା ହ୍ୟାକିଂ ଭଳି ପରିସ୍ଥିତି ଉପୁଜିଲେ ଟ୍ଵିଟର ଇଣ୍ଡିଆ ଭାରତର ନିର୍ବାଚନ କମିସନଙ୍କ ସହ ଆଲୋଚନା କରି ଏହା ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବେ ବୋଲି ସଂସଦୀୟ ଆଇଟି କମିଟି ମୁଖ୍ୟ ଅନୁରାଗ ଠାକୁର କହିଛନ୍ତି । କମିଟିର ଯେଉଁ ପ୍ରଶ୍ନର ଉତ୍ତର ଦିଆଯାଇନାହିଁ । ଆସନ୍ତା ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ବୈଠକରେ ଟ୍ଵିଟରର ସିଇଓଙ୍କୁ ହାଜର ହେବାପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ଏହାସହ ମାର୍ଚ୍ଚ ୬ତାରିଖରେ ଫେସବୁକ, ହ୍ଵାଟସ୍‌ଆପ୍‌ ଓ ଇନ୍‌ଷ୍ଟାଗ୍ରାମର ବରିଷ୍ଠ ଅଧିକାରୀମାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

5 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

7 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

8 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

9 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

9 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

10 hours ago