ସଂସଦର ଆଇଟି କମିଟି ଆଗରେ ହାଜର ହେଲେ ଟ୍ଵିଟର ଅଧିକାରୀ , ଦୀର୍ଘ ୩ ଘଣ୍ଟା ଧରି ଆଗାମୀ ନିର୍ବାଚନ ନେଇ ବୈଠକରେ ଆଲୋଚନା

ଦିଲ୍ଲୀ(କେନ୍ୟୁଜ୍) : ସଂସଦର ଆଇଟି କମିଟି ଆଗରେ ହାଜର ହେଲେ ଟ୍ଵିଟରର ଅଧିକାରୀ ଦଳ । ଟ୍ଵିଟର ଭାଇସ ପ୍ରେସିଡେଣ୍ଟ ଓ ଗ୍ଲୋବାଲ ପଲିସୀ ହେଡ କଲିନ କ୍ରୋଏଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ କମିଟି ଆଗରେ ହାଜର ହୋଇଛନ୍ତି । ଦୀର୍ଘ ୩ ଘଣ୍ଟା ଧରି ଚାଲିଥିବା ବୈଠକରେ ଆଗାମୀ ନିର୍ବାଚନରେ ବିଦେଶୀ ସଂସ୍ଥାମାନଙ୍କର କୌଣସି ପ୍ରକାର ଅପପ୍ରଚାର, ଗୁଜବକୁ ରୋକିବାକୁ ସହାୟତା ପ୍ରଦାନ ନେଇ ଆଲୋଚନା ହୋଇଥିଲା ।

Parliamentକୌଣସି ଅପପ୍ରଚାର କିମ୍ବା ହ୍ୟାକିଂ ଭଳି ପରିସ୍ଥିତି ଉପୁଜିଲେ ଟ୍ଵିଟର ଇଣ୍ଡିଆ ଭାରତର ନିର୍ବାଚନ କମିସନଙ୍କ ସହ ଆଲୋଚନା କରି ଏହା ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବେ ବୋଲି ସଂସଦୀୟ ଆଇଟି କମିଟି ମୁଖ୍ୟ ଅନୁରାଗ ଠାକୁର କହିଛନ୍ତି । କମିଟିର ଯେଉଁ ପ୍ରଶ୍ନର ଉତ୍ତର ଦିଆଯାଇନାହିଁ । ଆସନ୍ତା ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ବୈଠକରେ ଟ୍ଵିଟରର ସିଇଓଙ୍କୁ ହାଜର ହେବାପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ଏହାସହ ମାର୍ଚ୍ଚ ୬ତାରିଖରେ ଫେସବୁକ, ହ୍ଵାଟସ୍‌ଆପ୍‌ ଓ ଇନ୍‌ଷ୍ଟାଗ୍ରାମର ବରିଷ୍ଠ ଅଧିକାରୀମାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.