ପୁଲଓ୍ଵାମା ଆକ୍ରମଣ ପରେ ଭାରତୀୟ ବାୟୁସେନାର ହମଲା , ଜୈଶ-ଏ ମହମ୍ମଦ ଆତଙ୍କବାଦୀ କ୍ୟାମ୍ପ ସଂପୂର୍ଣ୍ଣ ଧ୍ୱଂସ

କେନ୍ୟୁଜ୍ : ପାକିସ୍ତାନ ବିରୋଧରେ ବଡ଼ ପଦକ୍ଷେପ। ପୁଲଓ୍ଵାମା ଆକ୍ରମଣ ପରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ। ପିଓକେରେ ଜୈଶ-ଏ-ମହମ୍ମଦ ବଙ୍କର ଧ୍ୱଂସ କଲା ଭାରତ। ଆତଙ୍କବାଦୀଙ୍କ ବଙ୍କର ଉପରେ ୧୦୦୦ କିଲୋର ବୋମାମାଡ଼ ହୋଇଛି। ବିଳମ୍ବିତ ରାତି ୩ଟା ୩୦ରେ ବୋମ୍ ପକାଇଥିବା ସୂଚନା ମିଳିଛି। ୧୨ଟି ଜାଗୁଆର ବିମାନ ଅପରେସନ୍ରେ ସାମିଲ ଥିବାବେଳେ, ୧୦ ମିରାଜ-୨୦୦୦ଲଢୁଆ ବିମାନରୁ ବୋମା ପଡିଥିବା ବାୟୁସେନା ସୂତ୍ରରୁ ସୂଚନା ମିଳିଛି।