ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ଅଭିଯାନ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଇସ୍ରୋର ଅଧ୍ୟକ୍ଷ କେ.ଶିବନଙ୍କ ଲୋକପ୍ରିୟତା ସମଗ୍ର ଦେଶରେ ବୃଦ୍ଧି ପାଇଛି । ନିକଟରେ ଟୁଇଟରରେ ଅପଲୋଡ୍ ହୋଇଥିବା ଏକ ଭିଡିଓରୁ ଏକଥାର ପ୍ରମାଣ ମିଳିଛି । ଲେଖିକା ଶେଫାଳୀ ବୈଦ୍ୟ ଏହାକୁ ପୋଷ୍ଟ କରିଛନ୍ତି । ଏକ ବିମାନ ଯାତ୍ରା ସମୟରେ ବିମାନ ମଧ୍ୟରେ ଇସ୍ରୋ ଅଧ୍ୟକ୍ଷଙ୍କୁ ଯାତ୍ରୀମାନେ ଅଭିନନ୍ଦନ ଜଣାଇଥିଲେ ।
୯୦ ସେକେଣ୍ଡ ଅବଧିର ଏହି ଭିଡିଓ କ୍ଲିପରେ ଦେଖିବାକୁ ମିଳୁଛି କି କେ.ଶିବନ୍ ବିମାନ ଭିତରକୁ ପ୍ରବେଶ କରିବା ପରେ ପ୍ରଥମେ କ୍ୟାବିନ୍ କ୍ରୁ ତାଙ୍କୁ ଚିହ୍ନି ପାରି ଅଭିବାଦନ ଜଣାଇଥିଲେ ଓ ସେଲ୍ଫି ନେବା ଲାଗି ଅନୁମତି ମାଗିଥିଲେ । ଏହାପରେ ଅନ୍ୟ ଯାତ୍ରୀମାନେ ତାଙ୍କ ପରିଚୟ ପାଇବା ପରେ ଅଭିବାଦନ ଜଣାଇବା ସହିତ ସେଲ୍ଫି ନେଇଥିଲେ । ସେ ନିଜ ସିଟକୁ ଯିବା ବେଳେ ସମସ୍ତ ଯାତ୍ରୀ ତାଳି ମାରି ସ୍ୱାଗତ କରିଥିଲେ ।
ପ୍ରତି ବଦଳରେ ଇସ୍ରୋ ଅଧ୍ୟକ୍ଷ ମଧ୍ୟ ସମସ୍ତ ଯାତ୍ରୀଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହ କରମର୍ଦ୍ଦନ କରିଥିଲେ । ଟୁଇଟରରେ ଏହି ଭିଡିଓକୁ ୨ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଲୋକେ ତାଙ୍କୁ ଦେଖି ଏପିଜେ ଅବଦୁଲ କାଲାମ୍ ମନେପଡୁଛନ୍ତି ବୋଲି ଲେଖିଥିଲେ ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…