ଦେଶ ବିଦେଶ

ହାଥରସ ପୀଡ଼ିତାଙ୍କ ମୃତ୍ୟୁ ଖବର ଶୁଣି ରାଗରେ ନିଆଁ ହୋଇଗଲେ ପବନ ଜହ୍ଲାଦ, କହିଲେ- ଏମାନଙ୍କୁ ମୁଁ ଫାଶୀ ଦେବି

ହାଥରସର ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶ ସରକାର ଓ ଉତ୍ତର ପ୍ରଦେଶ ପୋଲିସର ଅସଲ ଚେହେରା ସାମ୍ନାକୁ ଆସିଛି। ଝିଅର ମୃତଦେହ ଦେଖିବା ପାଇଁ ପରିଜନ କାନ୍ଦି ବୋବାଇ ଚିଲ୍ଲାଉଥିଲେ ବି ନିର୍ଦ୍ଦୟ ପୋଲିସ ତାଙ୍କ ଉପରେ ଟିକେ ବି ଦୟା କଲା ନାହିଁ। ମାନବିକତାର ସମସ୍ତ ସୀମା ପାର କରି ପୋଲିସ କର୍ମଚାରୀମାନେ ରାତି ୨.୪୫ରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିଥିଲେ। ଏହି ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି।

ଏହି ମାମଲା ବିଷୟରେ ଜାଣିବା ପରେ ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇଥିବା ଜହ୍ଲାଦ ପବନ ପ୍ରବଳ ରାଗିଯାଇଛନ୍ତି। ସେ ରାଗରେ ନିଆଁ ହୋଇ କହିଛନ୍ତି ଏ ହାତରେ ଏବେ ବି ବହୁତ ଜୀବନ ଅଛି। ଉପରବାଲା ଚାହିଁଲେ ସେ ଏହି ୪ ଦୋଷୀଙ୍କୁ ବି ଫାଶୀଖୁଣ୍ଟରେ ଝୁଲାଇବେ। ସୁଯୋଗ ମିଳିଲେ ଏବେ ହିଁ ସେ ଉକ୍ତ ଦୋଷୀଙ୍କୁ ଫାଶୀ ଦେବେ। ସେ ପୀଡ଼ିତାଙ୍କ ମା’ଙ୍କ ସାଥ୍‌ ଦେବେ ବୋଲି କହିଛନ୍ତି।

ପବନ ଜହ୍ଲାଦ କହିଛନ୍ତି ମୁଁ ଯେତେବେଳେ ନିର୍ଭୟା ଦୋଷୀଙ୍କୁ ଦଣ୍ଡ ଦେଇଥିଲି ମୁଁ ଜାଣିଥିଲି ଯେ ସାରା ଦେଶ ଏହି ଘଟଣାକୁ ଦେଖୁଛି। ବଦମାସ ଯୁବକମାନେ ଏହାକୁ ଦେଖୁଛନ୍ତି ଓ ଶୁଣୁଛନ୍ତି। ଏହା ଦେଖିବା ପରେ ସେମାନେ ଆଗକୁ ଏଭଳି ଭୁଲ କରିବା ପୂର୍ବରୁ ପୁନର୍ବାର ଚିନ୍ତା କରିବେ। କିନ୍ତୁ ହାଥରସ୍‌ ଘଟଣା ଶୁଣିବା ପରେ ମୁଁ ବୁଝିଗଲି ଯେ ଏମାନେ କେବେ ବି ସୁଧୁରିବେ ନାହିଁ। ଏମାନଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ବୋଲି କହିଛନ୍ତି ପବନ ଜହ୍ଲାଦ। ଏମାନଙ୍କୁ ଫାଶୀ ଦେବାକୁ ମୋତେ ସୁଯୋଗ ମିଳୁ ବୋଲି ସେ କହିଛନ୍ତି।

WCW 11

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

6 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

20 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

35 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

45 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

56 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago