ଦେଶ ବିଦେଶ

ଆମାଜନ୍‌ ବକ୍ସରୁ ବାହାରିଲା ବିଲେଇ, ବିନା ପାଣି ଆଉ ଖାଦ୍ୟରେ ଥିଲା ଦୀର୍ଘ ଛଅ ଦିନ ପର୍ଯ୍ୟନ୍ତ

ଆମାଜନ୍‌ ବକ୍ସରୁ ବାହାରିଲା ବିଲେଇ । ପ୍ରଡକ୍ଟ ବଦଳରେ ପ୍ୟାକେଟ୍‌ ଭିତରୁ ବାହାରିଲା ବିଲେଇ । ଦୀର୍ଘ ଛଅ ଦିନ ପର୍ଯ୍ୟନ୍ତ ବିନା ପାଣି ଆଉ ଖାଦ୍ୟରେ ଥିଲା ଏ ବିଲେଇ । ପାର୍ସଲ ଭିିତରେ ୫୦୦ ମାଇଲ ଦୂର ଚାଲିଗଲା ଏ ବିଲେଇ । ଏ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି? ନିହାତି ଭାବେ ହେବା ବି କଥା, ଯିଏ ଶୁଣିବ ଏ କଥା ସିଏ ଆଶ୍ଚର୍ଯ୍ୟ ହେବେ । ଭାବୁଥିବେ ଯେ ଆମାଜନ ପାର୍ସଲ ଭିତରେ ଅନଲାଇନରେ ଜିନିଷ ଆସୁଥିବାର ଶୁଣିଛୁ କିନ୍ତୁ ଏ ଜୀବନ୍ତ ବିଲେଇ, କେମିତି ଆସିଲା ଆଉ କେଉଁଠୁ ଆସିଲା?

ତେବେ କହିବାକୁ ଚାହିଁବୁ ଯେ ଆମେରିକାରେ ଜଣେ ଦମ୍ପତିଙ୍କର ପୋଷା ବିଲେଇ ଆମାଜନର ଏକ ରିଟର୍ଣ୍ଣ ବକ୍ସରେ ପଶି ପଳାଇଥିଲା । ଆଉ ଯେତେବେଳେ ବିଲେଇକୁ ନ ପାଇଲେ ସେତେବେଳେ ଏ ଦମ୍ପତି ବହୁତ ଖୋଜାଖୋଜି କଲେ, ଏମିତିକି ସହରରେ ପୋଷ୍ଟର ବି ଲଗାଇଲେ । ଆଉ ପ୍ରାୟ ସପ୍ତାହେ ପରେ ହେବ ଏକ ଫୋନ୍‌ କଲ୍‌ ଆସିଲା ଯାହା ସେମାନଙ୍କୁ ଆସ୍ୱସ୍ତି ଦେଲା । ବିଲେଇଟି ଆମାଜନର ଜଣେ କର୍ମଚାରୀଙ୍କୁ ବକ୍ସ ଭିତରେ ଜୀବିତ ଅବସ୍ଥାରେ ମିଳିଥିଲା । ସବୁଠୁ ଆଶ୍ଚର୍ଯ୍ୟର କତା ହେଉଛି ୩ ଫୁଟର ଏହି ବକ୍ସ ଭିତରେ ବିଲେଇଟି ୬ ଦିନ ଅଖିଆ ଅପିଆ ରହିଥିଲା ।

ଆମେରିକାର ୟୁଟାର ଏହି ଦମ୍ପତିଙ୍କ ପୋଷା ବିଲେଇ ଗାଲେନା ଡେଇଁପଡିଥିଲା ଏକ ପ୍ୟାକେଟ୍‌ ଭିତରକୁ । ଯାହା ଥିଲା ଆମାଜନ୍‌ ରିଟର୍ଣ୍ଣ ପ୍ୟାକେଟ୍‌ । ଆଉ ସେହି ପ୍ୟାକେଟ୍‌ ଭିତରେ ବିଲେଇଟି ନିଜ ମାଲିକର ଘର ୟୁଟା ଠାରୁ ପ୍ରାୟ ୫୦୦ ମାଇଲ୍‌ ଦୂର କାଲିଫର୍ଣ୍ଣିଆ ଚାଲିଯାଇଥିଲା । ୧୦ ଏପ୍ରିଲରେ ବିଲେଇଟିର ମାଲିକ କ୍ୟାରୀ କ୍ଲର୍କ ଯେତେବେଳେ ତାଙ୍କ ପୋଷା ବିଲେଇକୁ ଖୋଜିଥିଲେ ସେତେବେଳେ ସେ କେଉଁଠିବି ପାଇଲେନି । ପାଖାପାଖି ସପ୍ତାହେ ପର୍ଯ୍ୟନ୍ତ ସେ ପରିବାର ଓ ପଡୋଶୀଙ୍କୁ ନେଇ ବିଲେଇକୁ ଖୋଜି ଚାଲିଥିଲେ । ବହୁ ଖୋଜାଖୋଜି ପରେ ହତାଶ ହୋଇ ସେ ଶେଷରେ ବିଲେଇର ପୋଷ୍ଟର ବି ସହରର ଚାରିଆଡେ ଲଗାଇଦେଲେ ।

ତେବେ ପାଖାପାଖି ୬ ଦିନ ପରେ ଅର୍ଥାତ୍‌ ୧୭ ଏପ୍ରିଲରେ କାଲିଫର୍ଣ୍ଣିଆର ଆମାଜନର େଓ୍ଵୟାରହାଉସରେ ଜଣେ କର୍ମଚାରୀ ପ୍ୟାକେଟ୍‌ ଭିତରୁ ଗୋଟେ ବିଲେଇକୁ ଜୀବିତ ଅବସ୍ଥାରେ ପାଇଲେ । ଆଉ ସେ ତୁରନ୍ତ ତାର ମାଲିକଙ୍କୁ ଫୋନ୍‌ କରି ତାର ଖବର ଜଣାଇଥିଲେ । ତେବେ ଯେତେବେଳେ ବିଲେଇ ବିଷୟରେ ତାର ମାଲିକାଣୀ ଜାଣିବାକୁ ପାଇଲେ, ସେ ପ୍ରଥମେ ବିଶ୍ୱାସ କରିପାରିଲେନାହିଁ । ତାଙ୍କୁ ଲାଗିଲା କିଏ ତାଙ୍କ ସହ ମଜାକ୍‌ କରୁଛି । କିନ୍ତୁ ପରେ ସେ ତାଙ୍କ ପୋଷା ବିଲେଇ ଗ୍ୟାଲେନାକୁ ଫେରି ପାଇଥିଲେ । ଆଉ ଘରକୁ ଆଣି ତାଙ୍କୁ ପେଟେ ଖୁଆଇଥିଲେ । ଯାହାର ଚିତ୍ର ଏବେ ଭାଇରାଲ ହେଉଛି ସୋସିଆଲ ମିଡିଆରେ । ତେବେ ଏହାକୁ ନେି ମାଲିକାଣୀ କ୍ୟାରୀ କହିଛନ୍ତି ଯେ ସେ ଅନୁମାନ କରୁଛନ୍ତି ଯେତେବେଳେ ସେ ଆମାଜନ ରିଟର୍ଣ୍ଣ ପ୍ୟାକେଟ୍‌ ରଖିଥିଲେ ସେତେବେଳେ ବୋଧହୁଏ ଗାଲେନା ଭୁଲରେ ଡେଇଁପଡିଛି ସେହି ପାର୍ସଲ ଭିତରକୁ । ଯାହାପରେ ତାଙ୍କ ସ୍ୱାମୀ ଆଉ ନଦେଖି ଟେପ୍‌ ଲଗାଇ ତାକୁ ରିଟର୍ଣ୍ଣ କରିଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରୀୟା ଦେଉଛନ୍ତି ।

Pritiparna

Recent Posts

ସମୁଦ୍ରକୁ ମାଛ ଧରିବାକୁ ବାହାରିଲେ ୨୦୦ରୁ ଅଧିକ ବୋଟ୍, ବରୁଣ ଦେବଙ୍କୁ କଲେ ଆବାହନ

ପାରାଦୀପ (କେନ୍ୟୁଜ):  ପୁଣି ଥରେ ଚଳଚଂଚଳ ହୋଇ ଉଠିଛି ପାରାଦୀପ ମାଛଧରା ବନ୍ଦର । ମାଛ ବଂଶ ବୃଦ୍ଧି ପାଇଁ ଉଭୟ…

26 mins ago

ଅଯୋଧ୍ୟାରୁ ଦର୍ଶନ ସାରି ଫେରୁଥିଲେ; ରାସ୍ତାରେ କାର୍‌ରେ ଲାଗିଲା ନିଆଁ, ଜୀବନ୍ତ ଦଗ୍ଧ ହେଲେ ପତ୍ନୀ

ବିହାରର ସାରଣ ଜିଲ୍ଲାର ଛାପରାରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଏଠାରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗି…

26 mins ago

ରଜ ସଂକ୍ରାନ୍ତିରେ ଅଘଟଣ: ପୋଖରୀରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ

ରେଢାଖୋଲ (କେନ୍ୟୁଜ): ରେଢାଖୋଲରେ ଅଘଟଣ ।  ପୋଖରୀରେ ବୁଡ଼ି ୨ଭାଇଙ୍କ ମୃତ୍ୟୁ ।  ରେଢାଖୋଲ ସହର କଳିନ୍ଦର ସାହିରେ ଏହି…

36 mins ago

ଉତ୍ତରାଖଣ୍ଡ: ରୁଦ୍ରପ୍ରୟାଗରେ ନଦୀକୁ ଖସିଲା ଯାତ୍ରୀବାହୀ ଗାଡି, ଗାଡିରେ ଥିଲେ ୨୩ ଯାତ୍ରୀ

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଯାତ୍ରୀବାହୀ ଗାଡି ଅଳକାନନ୍ଦା ନଦୀରେ ଖସିପଡିଥିବା ଖବର ମିଳିଛି ।…

44 mins ago

ଆତିଥ୍ୟ ପାଇଁ ଇଟାଲୀ ସରକାରଙ୍କୁ କୃତଜ୍ଞତା ଜଣାଇଲେ ମୋଦି, ଭିନ୍ନ ଅନ୍ଦାଜରେ ସେଲଫି ନେଲେ ମୋଦି ଏବଂ ମେଲୋନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ଶିଖର ସମ୍ମିଳନୀରେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଇଟାଲୀରୁ ଫେରିବା ପରେ ସେଠିକାର ଆତିଥ୍ୟକୁ…

1 hour ago

କୋରାପୁଟରେ ଗଡୁନି ଘରୋଇ ବସ୍, ରଜରେ ଯାତ୍ରୀ ହନ୍ତସନ୍ତ

କୋରାପୁଟ (କେନ୍ୟୁଜ): କୋରାପୁଟରେ ଗଡୁନି ଘରୋଇ ବସ୍ । ଘରୋଇ ବସ୍ ମାଲିକ ସଂଘ ଓ ଘରୋସ୍ ବସ୍ କର୍ମଚାରୀ…

1 hour ago