ଦେଶ ବିଦେଶ

ପ୍ରଶାନ୍ତ ମହାସାଗରରେ ହୁତୁହୁତୁ ହୋଇ ଜଳିଲା ଜାହାଜ, ତତ୍କାଳ ଉଦ୍ଧାର କାର୍ଯ୍ୟ ଯୋଗୁଁ ବଞ୍ଚିଗଲା ଜୀବନ: ଦେଖନ୍ତୁ ଭିଡିଓ

ପ୍ରଶାନ୍ତ ମହାସାଗରରେ ଯାଉଥିବା ଜାହାଜରେ ଲାଗିଲା ନିଆଁ । ଜାହାଜରେ ୧୨୦ ଯାତ୍ରୀ ରହିଥିଲେ ।  ଫିଲିପାଇନ୍ସ ଜାହାଜରେ ଶତାଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜରେ ନିଆଁ ଲାଗିବା ଯୋଗୁଁ ମଝି ସମୁଦ୍ରରେ ଜଳିଗଲା । ଲୋକଙ୍କ ଆତଙ୍କିତ ହୋଇପଡିଥିଲେ । ଘଟଣା ବିଷୟରେ ଖବର ପାଇ ଫିଲିପାଇନ୍ସ କୋଷ୍ଟଗାର୍ଡ ତରଫରୁ ଉଦ୍ଧାରକାର୍ଯ୍ୟ କରାଯାଇଥିଲା । ତେବେ ମୃତାହତଙ୍କ ବିଷୟରେ ଏପର୍ଯ୍ୟନ୍ତ ସଠିକ୍‌ ଖବର ଆସିନାହିଁ ।

ରିପୋର୍ଟ ମୁତାବକ,  ଜାହାଜଟି ସିକିଜୋର ପ୍ରାନ୍ତରୁ ମଧ୍ୟ ଫିଲିପାଇନ୍ସର ବୋହୋଲ ପ୍ରାନ୍ତକୁ ଯାଉଥିଲା । ଏହି ସମୟରେ ଜାହାଜର କିଛି ଅଂଶରେ ନିଆଁଲାଗି ହୁତୁହୁତୁ ହୋଇ ଜଳିଥିଲା । ନିଆଁ ଧୀରେ ଧୀରେ ସଂପୂର୍ଣ୍ଣ ଜାହାଜକୁ ବ୍ୟାପି ଯାଇଥିଲା । ନିଆଁ ଲାଗିବା ପରେ ଫିଲିପାଇନ୍ସ କୋଷ୍ଟ ଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହି ଜାହାଜର ନାମ ଏମ/ଭି ଏସ୍ପାରାଞ୍ଜା ଷ୍ଟାର । ଏହି ଜାହାଜରେ ଯାତ୍ରୀଙ୍କୁ ନେବା ଆଣିବା କରାଯାଏ । ତେବେ ନିଆଁ ଯୋଗୁଁ ମୃତାହତଙ୍କ ବିଷୟରେ ଖବର ମିଳିନାହିଁ । କୋଷ୍ଟଗାର୍ଡ ଜାହାଜରେ ନିଆଁ ଲାଗିବାର ଫଟୋ ଏବଂ ଭିଡିଓ  ସେୟାର କରାଯାଇଛି।

ସୂଚନାଯୋଗ୍ୟ, ନିକଟରେ ଗ୍ରୀସର ଦକ୍ଷିଣ ପେଲୋପୋନିସେ ଅଞ୍ଚଳ ଠାରୁ ପାଖାପାଖି ୭୫ କିମି ପଶ୍ଚିମ-ଦକ୍ଷିଣରେ ଡଙ୍ଗା ବୁଡି ୭୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଜାହାଜରେ ୭୫୦ରୁ ଅଧିକ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦୪ ଜଣ ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ମିଶରର ୩୦ ଜଣ, ପାକିସ୍ତାନର ୧୦ ଜଣ, ସିରିୟାର ୩୫ ଜଣ ଏବଂ ୨ ଜଣ ଫିଲିସ୍ତାନୀ ରହିଛନ୍ତି । ତେବେ ଅନ୍ୟ ଯାତ୍ରୀ ନିଖୋଜ ରହିଛନ୍ତି । ଏମାନଙ୍କ ବିଷୟରେ କିଛି ଖବର ଆସିନାହିଁ ।

Swagatika

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

9 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

19 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

30 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

59 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago