ପ୍ରଶାନ୍ତ ମହାସାଗରରେ ହୁତୁହୁତୁ ହୋଇ ଜଳିଲା ଜାହାଜ, ତତ୍କାଳ ଉଦ୍ଧାର କାର୍ଯ୍ୟ ଯୋଗୁଁ ବଞ୍ଚିଗଲା ଜୀବନ: ଦେଖନ୍ତୁ ଭିଡିଓ
ପ୍ରଶାନ୍ତ ମହାସାଗରରେ ଫିଲିପାଇନ୍ସ ଯାଉଥିବା ଜାହାଜରେ ଲାଗିଲା ନିଆଁ । ଜାହାଜରେ ୧୨୦ ଯାତ୍ରୀ ଥିଲେ । ସେମାନଙ୍କୁ ତରନ୍ତ କୋଷ୍ଟଗାର୍ଡ ତରଫରୁ ଉଦ୍ଧାର କରାଯାଇଛି ।

ପ୍ରଶାନ୍ତ ମହାସାଗରରେ ଯାଉଥିବା ଜାହାଜରେ ଲାଗିଲା ନିଆଁ । ଜାହାଜରେ ୧୨୦ ଯାତ୍ରୀ ରହିଥିଲେ । ଫିଲିପାଇନ୍ସ ଜାହାଜରେ ଶତାଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜରେ ନିଆଁ ଲାଗିବା ଯୋଗୁଁ ମଝି ସମୁଦ୍ରରେ ଜଳିଗଲା । ଲୋକଙ୍କ ଆତଙ୍କିତ ହୋଇପଡିଥିଲେ । ଘଟଣା ବିଷୟରେ ଖବର ପାଇ ଫିଲିପାଇନ୍ସ କୋଷ୍ଟଗାର୍ଡ ତରଫରୁ ଉଦ୍ଧାରକାର୍ଯ୍ୟ କରାଯାଇଥିଲା । ତେବେ ମୃତାହତଙ୍କ ବିଷୟରେ ଏପର୍ଯ୍ୟନ୍ତ ସଠିକ୍ ଖବର ଆସିନାହିଁ ।
PANOORIN: Mula sa Port of Lazi (Siquijor), naglalayag ang barko papuntang Port of Tagbilaran (Bohol) nang maganap ang sunog pic.twitter.com/vw5SjJBtWz
— Philippine Coast Guard (@coastguardph) June 18, 2023
ରିପୋର୍ଟ ମୁତାବକ, ଜାହାଜଟି ସିକିଜୋର ପ୍ରାନ୍ତରୁ ମଧ୍ୟ ଫିଲିପାଇନ୍ସର ବୋହୋଲ ପ୍ରାନ୍ତକୁ ଯାଉଥିଲା । ଏହି ସମୟରେ ଜାହାଜର କିଛି ଅଂଶରେ ନିଆଁଲାଗି ହୁତୁହୁତୁ ହୋଇ ଜଳିଥିଲା । ନିଆଁ ଧୀରେ ଧୀରେ ସଂପୂର୍ଣ୍ଣ ଜାହାଜକୁ ବ୍ୟାପି ଯାଇଥିଲା । ନିଆଁ ଲାଗିବା ପରେ ଫିଲିପାଇନ୍ସ କୋଷ୍ଟ ଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
PANOORIN: BRP Cape San Agustin (MRRV-4408) ng @coastguardph, tumutulong sa pag-apula ng sunog sa isang passenger-cargo vessel, ang MV ESPERANZA STAR, sa katubigan ng Panglao, Bohol ngayong araw, ika-18 ng Hunyo 2023. pic.twitter.com/IoAe6XpcAs
— Philippine Coast Guard (@coastguardph) June 18, 2023
ଏହି ଜାହାଜର ନାମ ଏମ/ଭି ଏସ୍ପାରାଞ୍ଜା ଷ୍ଟାର । ଏହି ଜାହାଜରେ ଯାତ୍ରୀଙ୍କୁ ନେବା ଆଣିବା କରାଯାଏ । ତେବେ ନିଆଁ ଯୋଗୁଁ ମୃତାହତଙ୍କ ବିଷୟରେ ଖବର ମିଳିନାହିଁ । କୋଷ୍ଟଗାର୍ଡ ଜାହାଜରେ ନିଆଁ ଲାଗିବାର ଫଟୋ ଏବଂ ଭିଡିଓ ସେୟାର କରାଯାଇଛି।
ସୂଚନାଯୋଗ୍ୟ, ନିକଟରେ ଗ୍ରୀସର ଦକ୍ଷିଣ ପେଲୋପୋନିସେ ଅଞ୍ଚଳ ଠାରୁ ପାଖାପାଖି ୭୫ କିମି ପଶ୍ଚିମ-ଦକ୍ଷିଣରେ ଡଙ୍ଗା ବୁଡି ୭୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଜାହାଜରେ ୭୫୦ରୁ ଅଧିକ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦୪ ଜଣ ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ମିଶରର ୩୦ ଜଣ, ପାକିସ୍ତାନର ୧୦ ଜଣ, ସିରିୟାର ୩୫ ଜଣ ଏବଂ ୨ ଜଣ ଫିଲିସ୍ତାନୀ ରହିଛନ୍ତି । ତେବେ ଅନ୍ୟ ଯାତ୍ରୀ ନିଖୋଜ ରହିଛନ୍ତି । ଏମାନଙ୍କ ବିଷୟରେ କିଛି ଖବର ଆସିନାହିଁ ।