Below header

୯୨%ପ୍ରତିଶତ ମାର୍କ ରଖି ନିଟ୍ ରେ ସଫଳତା ଆଣିଲେ ରାଜକନିକାର ଝିଅ ସ୍ୱାତିରେଖା

ଦୃଢ଼ ଇଚ୍ଛାଶକ୍ତି ଥିଲେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଲକ୍ଷ୍ୟ ପଥରେ ପହଞ୍ଚିବା ସମ୍ଭବ ହୋଇଥାଏ । ଯାହା ସମ୍ଭବ କରି ଦେଖାଛନ୍ତି ସ୍ୱାତିରେଖା । ଚଳିତବର୍ଷ NEET ପରୀକ୍ଷାରେ ୯୨%ପ୍ରତିଶତ ମାର୍କରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଇଚ୍ଛାପୁର ଗାଁର ସ୍ୱାତିରେଖା ମହଲା।

ଆଳି(କେନ୍ୟୁଜ୍):  ଦୃଢ଼ ଇଚ୍ଛାଶକ୍ତି ଥିଲେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଲକ୍ଷ୍ୟ ପଥରେ ପହଞ୍ଚିବା ସମ୍ଭବ ହୋଇଥାଏ । ଯାହା ସମ୍ଭବ କରି ଦେଖାଛନ୍ତି ସ୍ୱାତିରେଖା । ଚଳିତବର୍ଷ NEET ପରୀକ୍ଷାରେ ୯୨%ପ୍ରତିଶତ ମାର୍କରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଇଚ୍ଛାପୁର ଗାଁର ସ୍ୱାତିରେଖା ମହଲା । ସର୍ବଭାରତୀୟ ସ୍ତରରେ ତାଙ୍କର ରାଙ୍କ ରହିଛି ୩୫୧୪ ।

ପିଲାଟି ଦିନରୁ ବାପାଙ୍କୁ ହରାଇବା ପରେ ନିଜର ମା,ଦାଦା,ଖୁଡ଼ି,ଜେଜେ ବାପା, ବୁଢ଼ୀ ମାଙ୍କ ପ୍ରେରଣାରେ କଠିନ ପରିଶ୍ରମ କରି ସଫଳତା ପାଇଥିବା ସ୍ୱାତିରେଖା ଡାକ୍ତର ହୋଇ ନିଜ ଅଂଚଳର ଲୋକଙ୍କ ସେବାକରିବା ସହିତ ଘରଲୋକଙ୍କ ନାଁରଖିବେ ବୋଲି ଆଶା ରଖିଥିବା କହିଛନ୍ତି । ସ୍ୱାତୀରେଖା NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅଛୁଟିଛି । ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକେ ମଧ୍ୟ ବେଶ ଖୁସି ଥିବା କହିଛନ୍ତି ।

ନିଷ୍ଠା ଓ କର୍ତ୍ତବ୍ୟ ଆଗରେ ଯେ କୌଣସି ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇପାରେ । ନିଜ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ସ୍ୱାତିରେଖା ତାଙ୍କର ସ୍ୱପ୍ନ ସାକାର କରିବାକୁ ଆଗେଇ ଚାଲିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.