କୁମ୍ଭ ମେଳା ପାଇଁ ଚାଲିବ ୮୦୦ରୁ ଅଧିକ ସ୍ପେଶାଲ ଟ୍ରେନ, ଯୋଗଦେବେ ୧୫ କୋଟିରୁ ଅଧିକ ଯାତ୍ରୀ

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ନିୟନ୍ତ୍ରଣ କାର୍ଯ୍ୟାଳୟ ଯାଞ୍ଚ କରିଛନ୍ତି । କୁମ୍ଭ ମେଳାର ବ୍ୟବସ୍ଥା ସମ୍ପର୍କରେ ସେ ରେଳ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ରେଳ ମନ୍ତ୍ରୀ କହିଛନ୍ତି ଯେ, ଜାନୁଆରୀ ୨୦୨୫ ର ୬ଟି ମୁଖ୍ୟ ସ୍ନାନ ଦିନ ପାଇଁ ୮୦୦ରୁ ଅଧିକ ମେଳା ସ୍ପେଶାଲ ଟ୍ରେନ ଚଳାଚଳ କରିବ ।

ବିଶ୍ୱ ପ୍ରଶିଦ୍ଧ କୁମ୍ଭ ମେଳା ପାଇଁ ଚାଲିଛି ପ୍ରସ୍ତୁତି । ଏନେଇ ଭାରତୀୟ ରେଳ ବିଭାଗ ତରଫରୁ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । ଯାତ୍ରୀ ମାନଙ୍କ ସୁବିଧା ପାଇଁ ରେଳ ବିଭାଗ ସ୍ପେଶାଲ ଟ୍ରେନ ଚଳାଇବା ପାଇଁ ଯୋଜନା କରିଛି । ଦେଶର କୋଣ ଅନୁକୋଣରୁ ଯାତ୍ରୀଙ୍କୁ କୁମ୍ଭ ମେଳାରେ ପହଞ୍ଚାଇବା ପାଇଁ ୮୦୦ରୁ ଅଧିକ ଟ୍ରେନ ଚଳାଇବାକୁ ଯୋଜନା କରାଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ନିୟନ୍ତ୍ରଣ କାର୍ଯ୍ୟାଳୟ ଯାଞ୍ଚ କରିଛନ୍ତି । କୁମ୍ଭ ମେଳାର ବ୍ୟବସ୍ଥା ସମ୍ପର୍କରେ ସେ ରେଳ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ରେଳ ମନ୍ତ୍ରୀ କହିଛନ୍ତି ଯେ, ଜାନୁଆରୀ ୨୦୨୫ ର ୬ଟି ମୁଖ୍ୟ ସ୍ନାନ ଦିନ ପାଇଁ ୮୦୦ରୁ ଅଧିକ ମେଳା ସ୍ପେଶାଲ ଟ୍ରେନ ଚଳାଚଳ କରିବ ।

୨୦୨୫ କୁମ୍ଭ ମେଳା ପାଇଁ ୧୫ କୋଟିରୁ ଅଧିକ ତୀର୍ଥଯାତ୍ରୀ ଆସିବା ନେଇ ଆଶା କରାଯାଉଛି । NR, NCR ଏବଂ NER ତରଫରୁ ଯାତ୍ରୀଙ୍କ ସୁବିଧା ପାଇଁ ୮୩୭ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏହା ସହିତ ତୀର୍ଥଯାତ୍ରୀଙ୍କ ଯାତାୟତ ସମସ୍ୟାର ମୁକାବିଲା ପାଇଁ NR, NCR ଏବଂ NER ର ମୋଟ ୯ଟି ଷ୍ଟେସନର ଯୋଜନା କରାଯାଇଛି ।

ରେଳମନ୍ତ୍ରୀ କଣ୍ଟ୍ରୋଲ ଅଫିସର ଯାଞ୍ଚ କରିବା ସହ କଣ୍ଟ୍ରୋଲ ଅଫିସର ଅଧିକାରୀ ଏବଂ ରେଳ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଟ୍ରେନ ଚଳାଚଳର ସୁବିଧା ଓ ନିରାପତ୍ତାକୁ ନେଇ ଉପସ୍ଥିତ ଥିବା ଅଧିକାରୀ ଏବଂ କର୍ମଚାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏଥିରେ କୌଣସି ପରିବର୍ତ୍ତନ ନହେବା ପାଇଁ ମଧ୍ୟ ସେ କହିଛନ୍ତି । ଟ୍ରେନର ରକ୍ଷଣାବେକ୍ଷଣ, ସଫା ରଖିବା ସହ ଅନ୍ୟାନ୍ୟ ସମସ୍ୟାକୁ ଠିକ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ରେଳମନ୍ତ୍ରୀ କହିଛନ୍ତି ଯେ, କୁମ୍ଭ ମେଳାକୁ ନେଇ ହେଉଥିବା ସମସ୍ତ କାର୍ଯ୍ୟ ଠିକ ସମୟରେ ଶେଷ ହେବା ଜରୁରୀ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଗରମ ଦିନ ପାଇଁ ରେଳ ବିଭାଗ ସ୍ପେଶାଲ ଟ୍ରେନ ଚଳାଉଛି । ଏହା ବ୍ୟତୀତ ରେଳ ବିଭାଗ ସମୟ ସମୟରେ ସ୍ପେଶାଲ ଟ୍ରେନ ଚଳାଇଥାଏ, ଯାହା ଦ୍ୱାରା ଯାତ୍ରୀଙ୍କୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.