ଦେଶ ବିଦେଶ

ବାହାଘରରେ ଖାଇବାକୁ ମନା କରିବାରୁ ରାଗରେ ବର ସାମ୍ନାରେ ହିଁ ସବୁ ଫଟୋ ଡିଲିଟ୍‌ କରି ଦେଲେ ଫଟୋଗ୍ରାଫର

ବାହାଘରର ଫଟୋ ଉଠାଇବାକୁ ଯାଇଥିବା ଫଟୋଗ୍ରାଫରକୁ ଖାଇବାକୁ ନ ଦେବାରୁ ବର ସାମ୍ନାରେ ହିଁ ସେ ସବୁ ଫଟୋ ଡିଲିଟ୍‌ କରିଦେଇଛନ୍ତି। ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଛି। ଖବର ସାମ୍ନାକୁ ଆସିବା ପରେ ଫଟୋଗ୍ରାଫର କାହିଁକି ଏମିତି କଲେ ବୋଲି ଲୋକେ ତାଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ତେବେ ଏହି ମାମଲାରେ ଫଟୋଗ୍ରାଫର ଏବେ ମୁହଁ ଖୋଲିଛନ୍ତି।

ଫଟୋଗ୍ରାଫର ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମୁଁ ପେସାରେ ଜଣେ ଫଟୋଗ୍ରାଫର ନୁହେଁ। ମୁଁ କୁକୁରଙ୍କୁ ବୁଲାଏ ଓ ତାଙ୍କ ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ବୁକ୍‌ରେ ସେୟାର କରିଥାଏ। ଏହା କେବଳ ମୋର ସଉକ। କିନ୍ତୁ ମୋର ଜଣେ ବନ୍ଧୁ ଟଙ୍କା ବଞ୍ଚାଇବା ପାଇଁ ନିଜ ବିବାହରେ ମୋତେ ଫଟୋଗ୍ରାଫର ହେବାକୁ ଅଫର ଦେଇଥିଲେ। ପ୍ରଥମେ ମୁଁ ଏଥିପାଇଁ ମନା କରି ଦେଇଥିଲି। କିନ୍ତୁ ସାଙ୍ଗ ଅଧିକ ଜିଦ୍ଦି କରିବାରୁ ମୁଁ ରାଜି ହୋଇଥିଲି। ଏଥିପାଇଁ ସେ ମୋତେ ୨୫୦ ଡଲାର ଦେବାକୁ କହିଥିଲେ।

ବାହାଘରର ଫଟୋସୁଟ୍‌ ସକାଳ ୧୧ରୁ ରାତି ୮ଟା ଯାଏଁ ହେବାର ଥିଲା। ସନ୍ଧ୍ୟା ୫ଟା ବେଳେ ସମସ୍ତଙ୍କୁ ଖାଦ୍ୟ ପରଷା ଯାଇଥିଲା। କିନ୍ତୁ ଫଟୋଗ୍ରାଫର ପାଇଁ କୌଣସି ଟେବୁଲରେ ଖାଇବାକୁ ଦିଆଯାଇନଥିଲା। ମୋତେ ଖାଇବାକୁ ମଧ୍ୟ ମନା କରାଯାଇଥିଲା ଓ ଲଗାତାର ଫଟୋ ଉଠାଇବାକୁ କୁହାଯାଇଥିଲା। ମୁଁ ସକାଳୁ ସନ୍ଧ୍ୟା ଯାଏଁ ଖରା ଗରମ ଓ ଭୋକରେ ଥକି ଯାଇଥିଲି। କେହି ମୋତେ ପାଣି ଟୋପେ ବି ଦେଇନଥିଲେ କି ମୋ ସହ ଭଲ ବ୍ୟବହାର ମଧ୍ୟ କରିନଥିଲେ।

ଏଣୁ ମୁଁ ମୋ ବନ୍ଧୁ ତଥା ବରକୁ ମୋତେ ୨୦ ମିନିଟ୍‌ ଖାଇବା ପାଇଁ ବ୍ରେକ୍‌ ଦେବାକୁ କହିଥିଲି। କିନ୍ତୁ ସେ ମୋତେ ବ୍ରେକ୍‌ ଦେବା ବଦଳରେ ଅନବରତ ଫଟୋ ଉଠାଇବାକୁ କହିଥିଲେ। ସେଥିପାଇଁ ମୁଁ ପ୍ରବଳ ରାଗିଯାଇ ବର ସାମ୍ନାରେ ହିଁ ସବୁ ଫଟୋ ଡିଲିଟ୍‌ କରି ଦେଇଥିଲି। ଫଟୋଗ୍ରାଫର କହିଛନ୍ତି, ମୋତେ ଯଦି ସେତେବେଳେ ୨୫୦ ଡଲାର ବି ଦେଇଥାନ୍ତେ ତେବେ ସେଥିରେ ମୁଁ ପ୍ରଥମେ ଗ୍ଲାସେ ପାଣି କିଣିଥାନ୍ତି। କାରଣ ସେତେବେଳେ ଶୋଷରେ ମୋ ଅବସ୍ଥା ଖରାପ ଥିଲା।

WCW 11

Recent Posts

ନିଟ୍‌ ମାମଲାରେ ଏନଟିଏକୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ହେରଫେର ହୋଇଥିଲେ ସମୟ ପୂର୍ବରୁ ସୁଧାରନ୍ତୁ

ନିଟ୍‌ ପରୀକ୍ଷାକୁ ନେଇ ଉଠିଥିବା ବିବାଦ ଥମିବାରେ ନାଁ ଧରୁନି । ଆଜି ପୁଣି NEET ମାମଲାକୁ ନେଇ ସୁପ୍ରିମକୋର୍ଟରେ…

21 mins ago

ଶ୍ରୀମନ୍ଦିରରେ ରୁକ୍ମିଣୀହରଣ ଏକାଦଶୀ, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ (କେନ୍ୟୁଜ); ଆଜି ରୁକ୍ମଣୀ ହରଣ ଏକାଦଶୀ । ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ। ଶ୍ରୀ ମନ୍ଦିର ସିଂହ…

28 mins ago

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ (କେନ୍ୟୁଜ): କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ମେରିଟ ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । …

39 mins ago

ଜୁନରେ ରେକର୍ଡ ଭାଙ୍ଗିଲା ତାତି, ଆହୁରି ତିନି ଦିନ ହେବ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର (କେନ୍ୟୁଜ): ଆହୁରି ତିନି ଦିନ ତାତି ସହ ଗୁଳୁଗୁଳି । ରାଜ୍ୟରେ ଆହୁରି ୩ ଦିନ ଯାଏଁ ଜାରି…

53 mins ago

ରିମାରିୟୋ ଶେଫର୍ଡଙ୍କ ଘରେ କୁନି ଅତିଥିଙ୍କୁ ସ୍ୱାଗତ, ବାପା ହେବା ଖୁସିରେ ମିସ୍‌ କଲେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ

ଟି ୨୦ ବିଶ୍ୱକପ ୨୦୨୪ର ଗ୍ରୁପ ପର୍ଯ୍ୟାୟରେ ଶେଷ ମ୍ୟାଚ େଓ୍ଵଷ୍ଟଇଣ୍ଡିଜ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ଗ୍ରୁପ…

1 hour ago

ଇଟାଲୀ ନିକଟ ସମୁଦ୍ର ଉପକୂଳରେ ବଡ଼ ଦୁର୍ଘଟଣା, ଦୁଇଟି ବୋଟ୍‌ ବୁଡ଼ି ୧୧ ପ୍ରବାସୀଙ୍କ ମୃତ୍ୟୁ, ୬୦ ନିଖୋଜ

ଇଟାଲୀର ଦକ୍ଷିଣ ସମୁଦ୍ର ଉପକୂଳରେ ଦୁଇଟି ବୋଟ୍‌ ବୁଡ଼ିଯାଇଛି । ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ…

1 hour ago