ଦେଶ ବିଦେଶ

‘ଆଜି ମୁଁ ଆପଣଙ୍କୁ ଦଣ୍ଡ ଦେବି’, ଏହା କହି ସାଂସଦମାନଙ୍କୁ କ୍ୟାଣ୍ଟିନ୍‌ ନେଇଗଲେ ପ୍ରଧାନମନ୍ତ୍ରୀ ମୋଦି; ଏକାଠି କଲେ ମଧ୍ୟାହ୍ନ ଭୋଜନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆ ସଂସଦ ଭବନର କ୍ୟାଣ୍ଟିନରେ ବିଭିନ୍ନ ଦଳର ସାଂସଦଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି । ମଧ୍ୟାହ୍ନ ଭୋଜନ ଯୋଜନା ପୂର୍ବରୁ ପିଏମ୍‌ଓ ତରଫରୁ ଏହି ୮ ଜଣ ସାଂସଦଙ୍କ ପାଖକୁ ଫୋନ୍‌ କଲ୍‌ ଯାଇଥିଲା । ଫୋନ୍‌ରେ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି ।

ଏହି ଫୋନ୍‌ କଲ୍‌ ପରେ ସମସ୍ତ ୮ ଜଣ ସାଂସଦ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ, କିନ୍ତୁ କାହାରିକୁ କୌଣସି ଧାରଣା ନ ଥିଲା ଯେ ସେମାନଙ୍କୁ କାହିଁକି ଡକାଯାଇଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ସାଂସଦମାନଙ୍କୁ କହିଥିଲେ, ଚାଲନ୍ତୁ ଆଜି ମୁଁ ଆପଣଙ୍କୁ ଦଣ୍ଡ ଦେବି । ଏହାପରେ ମୋଦି ସମସ୍ତଙ୍କୁ ସଂସଦର କ୍ୟାଣ୍ଟିନ ନେଇଯାଇଥିଲେ ଏବଂ ସେଠାରେ ଏକାଠି ମିଶି ମଧ୍ୟାହ୍ନ ଭୋଜନ କରିଥିଲେ ।

ପିଏମ୍‌ ମୋଦିଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିବା ସାଂସଦମାନେ ହେଲେ, ଏଲ ମୁରୁଗନ, ରିତେଶ ପାଣ୍ଡେ, ହିନା ଗାଭିତ, କୋନିୟାକ, ଏନ ପ୍ରେମଚନ୍ଦ୍ରନ, ସମିତ ପାତ୍ରା, ରାମ ମୋହନ ନାଇଡୁ ଓ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲ ।

ସାଂସଦମାନେ ପିଏମ ମୋଦିଙ୍କ ସହ କ୍ୟାଣ୍ଟିନରେ ପ୍ରାୟ ୧ ଘଣ୍ଟା ରହିଥିଲେ । ଏହି ସମୟ ମଧ୍ୟରେ କୌଣସି ରାଜନୈତିକ ଆଲୋଚନା ହୋଇ ନ ଥିବା ସୂତ୍ରରୁ ଜଣାପଡ଼ିଛି । ସାଂସଦମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ କି, ମୁଁ ମଧ୍ୟ ଜଣେ ସାଧାରଣ ମଣିଷ । ସବୁବେଳେ ଜଣେ ପ୍ରଧାନମନ୍ତ୍ରୀଙ୍କ ଭଳି ରୁହେ ନାହିଁ ଏବଂ ମୁଁ ଲୋକଙ୍କ ସହିତ କଥାବାର୍ତ୍ତା କରେ । ଏମିତିରେ ଆଜି ମୋର ଇଚ୍ଛା ହେଲା କି, ଆପଣମାନଙ୍କ ସହିତ ଆଲୋଚନା କରିବି ଏବଂ ଖାଦ୍ୟ ଖାଇବି । ଏହି କାରଣରୁ ଆପଣ ସମସ୍ତଙ୍କୁ ଡକାଇଲି ।

Roshni

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

10 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

35 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

39 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

42 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

47 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

59 mins ago