‘ଆଜି ମୁଁ ଆପଣଙ୍କୁ ଦଣ୍ଡ ଦେବି’, ଏହା କହି ସାଂସଦମାନଙ୍କୁ କ୍ୟାଣ୍ଟିନ୍ ନେଇଗଲେ ପ୍ରଧାନମନ୍ତ୍ରୀ ମୋଦି; ଏକାଠି କଲେ ମଧ୍ୟାହ୍ନ ଭୋଜନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆ ସଂସଦ ଭବନର କ୍ୟାଣ୍ଟିନରେ ବିଭିନ୍ନ ଦଳର ସାଂସଦଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି । ମଧ୍ୟାହ୍ନ ଭୋଜନ ଯୋଜନା ପୂର୍ବରୁ ପିଏମ୍ଓ ତରଫରୁ ଏହି ୮ ଜଣ ସାଂସଦଙ୍କ ପାଖକୁ ଫୋନ୍ କଲ୍ ଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆ ସଂସଦ ଭବନର କ୍ୟାଣ୍ଟିନରେ ବିଭିନ୍ନ ଦଳର ସାଂସଦଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି । ମଧ୍ୟାହ୍ନ ଭୋଜନ ଯୋଜନା ପୂର୍ବରୁ ପିଏମ୍ଓ ତରଫରୁ ଏହି ୮ ଜଣ ସାଂସଦଙ୍କ ପାଖକୁ ଫୋନ୍ କଲ୍ ଯାଇଥିଲା । ଫୋନ୍ରେ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି ।
ଏହି ଫୋନ୍ କଲ୍ ପରେ ସମସ୍ତ ୮ ଜଣ ସାଂସଦ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ, କିନ୍ତୁ କାହାରିକୁ କୌଣସି ଧାରଣା ନ ଥିଲା ଯେ ସେମାନଙ୍କୁ କାହିଁକି ଡକାଯାଇଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ସାଂସଦମାନଙ୍କୁ କହିଥିଲେ, ଚାଲନ୍ତୁ ଆଜି ମୁଁ ଆପଣଙ୍କୁ ଦଣ୍ଡ ଦେବି । ଏହାପରେ ମୋଦି ସମସ୍ତଙ୍କୁ ସଂସଦର କ୍ୟାଣ୍ଟିନ ନେଇଯାଇଥିଲେ ଏବଂ ସେଠାରେ ଏକାଠି ମିଶି ମଧ୍ୟାହ୍ନ ଭୋଜନ କରିଥିଲେ ।
ପିଏମ୍ ମୋଦିଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିବା ସାଂସଦମାନେ ହେଲେ, ଏଲ ମୁରୁଗନ, ରିତେଶ ପାଣ୍ଡେ, ହିନା ଗାଭିତ, କୋନିୟାକ, ଏନ ପ୍ରେମଚନ୍ଦ୍ରନ, ସମିତ ପାତ୍ରା, ରାମ ମୋହନ ନାଇଡୁ ଓ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲ ।
ସାଂସଦମାନେ ପିଏମ ମୋଦିଙ୍କ ସହ କ୍ୟାଣ୍ଟିନରେ ପ୍ରାୟ ୧ ଘଣ୍ଟା ରହିଥିଲେ । ଏହି ସମୟ ମଧ୍ୟରେ କୌଣସି ରାଜନୈତିକ ଆଲୋଚନା ହୋଇ ନ ଥିବା ସୂତ୍ରରୁ ଜଣାପଡ଼ିଛି । ସାଂସଦମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ କି, ମୁଁ ମଧ୍ୟ ଜଣେ ସାଧାରଣ ମଣିଷ । ସବୁବେଳେ ଜଣେ ପ୍ରଧାନମନ୍ତ୍ରୀଙ୍କ ଭଳି ରୁହେ ନାହିଁ ଏବଂ ମୁଁ ଲୋକଙ୍କ ସହିତ କଥାବାର୍ତ୍ତା କରେ । ଏମିତିରେ ଆଜି ମୋର ଇଚ୍ଛା ହେଲା କି, ଆପଣମାନଙ୍କ ସହିତ ଆଲୋଚନା କରିବି ଏବଂ ଖାଦ୍ୟ ଖାଇବି । ଏହି କାରଣରୁ ଆପଣ ସମସ୍ତଙ୍କୁ ଡକାଇଲି ।
Delhi | Prime Minister Narendra Modi had lunch with MPs at Parliament Canteen today. pic.twitter.com/98F0IAa3dt
— ANI (@ANI) February 9, 2024