ପାରିବାରିକ କଳହର କରୁଣ ପରିଣତି, ସୁପାରୀ ଦେଇ ଭାଇର ଜୀବନ ନେଲା ଭାଇ

ଜିଲ୍ଲା ନୀଳଗିରି ଥାନା କାଂଶ ଗାଁରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ । ଭାଇ ହେଲା ଭଗାରି। ସାନ ଭାଇ ଭବାନୀ ରାଉକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ ବିଜୟ ରାଉତ । ଏହି ମାମଲାରେ ବଡ଼ଭାଇ ଭାଉଜଙ୍କ ସମେତ ୬ ଜଣକୁ ଗିରଫ କରିଛି ପୋଲିସ ।

ବାଲେଶ୍ଵର : ଜିଲ୍ଲା ନୀଳଗିରି ଥାନା କାଂଶ ଗାଁରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ । ଭାଇ ହେଲା ଭଗାରି। ସାନ ଭାଇ ଭବାନୀ ରାଉକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ ବିଜୟ ରାଉତ । ଏହି ମାମଲାରେ ବଡ଼ଭାଇ ଭାଉଜଙ୍କ ସମେତ ୬ ଜଣକୁ ଗିରଫ କରିଛି ପୋଲିସ । ଅନ୍ୟ ଜଣେ ଫେରାର ରହିଛି । ଅଭିଯୁକ୍ତଙ୍କ ଠାରୁ ୭୦ ହଜାର ଟଙ୍କା , ୮ ଟି ମୋବାଇଲ ଫୋନ ଓ ଦୁଇଟି ତେଲେଙ୍ଗା କଟୁରୀ ଜବତ କରାଯାଇଛି । କାଂଶ ଗ୍ରାମର ଦୁଇ ଯୁବକ ଭବାନୀ ଶଙ୍କର ରାଉତ ଓ ତାଙ୍କ ସାଙ୍ଗ ନିରଞ୍ଜନ ମହାପାତ୍ର ଗତ ୫ ତାରିଖ ଅପରାହ୍ନରୁ ନିଖୋଜ ଥିଲେ । ଭବାନୀ ରାଉତ ଓ ତାଙ୍କ ସାଙ୍ଗକୁ ହତ୍ୟା ପରେ ଧରା ନ ପଡ଼ିବା ପାଇଁ ନାଟକ ରଚିଥିଲା ବଡ଼ଭାଇ ବିଜୟ ରାଉତ। ସାନ ଭାଇ ନିଖୋଜ ନେଇ ନୀଳଗିରି ଥାନାରେ ଅଭିଯୋଗ କରିଥିଲା ।

ତେବେ ତଦନ୍ତ ବେଳେ ବିଜୟ ଉପରେ ସନ୍ଦେହ ପ୍ରକାଶ କରିଥିଲା ପୋଲିସ । ଭବାନୀ ରାଉତ ସାନ ଭାଇକୁ ହତ୍ୟା ପାଇଁ ୩ ମାସ ପୂର୍ବରୁ ଯୋଜନା କରିଥିଲେ ବଡ଼ ଭାଇ ଭାଉଜ । ପୁରୁଣା ବାଲେଶ୍ଵର ଅଞ୍ଚଳର ଯୁବକଙ୍କୁ ସୁପାରି ଦେଇଥିଲା ବଡ଼ ଭାଇ । ୧ ଲକ୍ଷ ୪୦ ହଜାରରେ ଫାଇନାଲ ହୋଇଥିଲା ଡିଲ। ୩୦ ହଜାର ଅଗ୍ରୀମ ନେଇଥିଲେ ହତ୍ୟାକାରୀମାନେ। ହତ୍ୟା ପରେ ୧ ଲକ୍ଷ ୧୦ ନେଇଥିଲେ । ପାରିବାରିକ କଳହ, ଜମି ଭାଗ ବଣ୍ଟା ଓ ଟଙ୍କା ଦେଣନେଣକୁ ନେଇ ବିବାଦ ହୋଇଥିଲା । ଅଭିଯୁକ୍ତ ମାନେ ପ୍ରଥମେ ସାନ ଭାଇ ଭବାନୀକୁ ହତ୍ୟା କରିବା ପରେ ସାନ ଭାଇର ସାଙ୍ଗ ମନୋରଞ୍ଜନ ମହାପାତ୍ରଙ୍କ ତଣ୍ଟି ଚିପି ପାଣିକୁ ଫିଙ୍ଗି ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.