ବିବାହ କଲେ ଏହି IPL ଖେଳାଳି, ପତ୍ନୀଙ୍କ ସାଙ୍ଗରେ ହେଲେ ରୋମାଣ୍ଟିକ୍‌

IPLରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିବା ତଥା କର୍ଣ୍ଣାଟକର କ୍ରିକେଟର ପ୍ରବୀଣ ଦୁବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଯାହାଙ୍କୁ ନିଜର ଜୀବନସାଥୀ କରିଛନ୍ତି, ତାଙ୍କ ନାମ ମୁନ ଦୁବେ ।

IPLରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିବା ତଥା କର୍ଣ୍ଣାଟକର କ୍ରିକେଟର ପ୍ରବୀଣ ଦୁବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଯାହାଙ୍କୁ ନିଜର ଜୀବନସାଥୀ କରିଛନ୍ତି, ତାଙ୍କ ନାମ ମୁନ ଦୁବେ । ଫେବୃୟାରୀ ୭ରେ ପ୍ରବୀଣଙ୍କର ଇନ୍‌ଷ୍ଟା ପୋଷ୍ଟ ମୁତାବକ, ସେ ଛତିଶଗଡ଼ର ରାୟପୁରରେ ବିବାହ କରିଛନ୍ତି ।

ପ୍ରବୀଣଙ୍କ ବିବାହ ପରେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଏକ ପୋଷ୍ଟ ସେୟାର କରିଛି ଏବଂ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛି । ସେପଟେ ପ୍ରବୀଣ ମଧ୍ୟ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ସେ ନିଜ ପତ୍ନୀ ମୁନ ଦୁବେଙ୍କ ସହିତ ରୋମାଣ୍ଟିକ ମୁଡ୍‌ରେ ନଜର ଆସିଛନ୍ତି ।

ଉତ୍ତର ପ୍ରଦେଶର ଆଜମ୍‌ଗଡ଼ରେ ଜନ୍ମ ହୋଇଥିବା ଏହି ଖେଳାଳି ଘରୋଇ ସ୍ତରରେ କର୍ଣ୍ଣାଟକ ପାଇଁ ଖେଳୁଛନ୍ତି । ଦୁବେ ଏ ପର୍ଯ୍ୟନ୍ତ ୨୪ଟି ଟି-୨୦ ମ୍ୟାଚ୍‌ ଖେଳିଥିବା ବେଳେ ୨୪ଟି ଓ୍ଵିକେଟ୍‌ ସଂଗ୍ରହ କରିଛନ୍ତି । ସେପଟେ ୧୩ଟି ଲିଷ୍ଟ ଏ ମ୍ୟାଚ୍‌ରେ ସେ ୨୧ଟି ଓ୍ଵିକେଟ୍‌ ନେଇଛନ୍ତି ।

ପ୍ରବୀଣ ଦୁବେ ଆଇପିଏଲ୍‌ ୨୦୨୩ରେ ଗୋଟିଏ ମ୍ୟାଚ୍‌ ଖେଳିଥିଲେ, ଏଥିରେ ସେ ୨୩ ରନ୍‌ ଏବଂ ଗୋଟିଏ ଓ୍ଵିକେଟ୍‌ ହାସଲ କରିଥିଲେ । ଏହିପରି ଆଇପିଏଲ୍‌ ୨୦୨୦ରେ ସେ ୩ଟି ମ୍ୟାଚ୍‌ ଖେଳି ୭ ରନ୍‌ ସଂଗ୍ରହ କରିଥିଲେ । ଏଥିରେ ତାଙ୍କୁ କୌଣସି ସଫଳତା ମିଳି ନ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.