Below header

ଦୋକାନୀଙ୍କୁ ଚକମା ଦେଇ ଅଳଙ୍କାର ଧରି ଛୁ ମାରିଲା ଲୁଟେରା

ଦିନ ଦ୍ବିପ୍ରହରରେ ଆଖି ଆଗରୁ ଲୁଟ୍। ଅତି ଚତୁରତାର ସହ ଗହଣା ଦୋକାନରୁ ଅଳଙ୍କାର ଧରି ଛୁ ମାରିଲା ଲୁଟେରା । ବ୍ୟବସାୟୀ ଗହଣା ଦେଖାଉଥିଲେ । ଏତିକିବେଳେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଧରି ଚମ୍ପଟ ମାରିଲା ଲୁଟେରା ।

ବାଲେଶ୍ବର(କେନ୍ୟୁଜ୍‌ ) : ଦିନ ଦ୍ବିପ୍ରହରରେ ଆଖି ଆଗରୁ ଲୁଟ୍। ଅତି ଚତୁରତାର ସହ ଗହଣା ଦୋକାନରୁ ଅଳଙ୍କାର ଧରି ଛୁ ମାରିଲା ଲୁଟେରା । ବ୍ୟବସାୟୀ ଗହଣା ଦେଖାଉଥିଲେ । ଏତିକିବେଳେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଧରି ଚମ୍ପଟ ମାରିଲା ଲୁଟେରା । ସିସିଟିଭିରେ ଦୃଶ୍ୟ କଏଦ ହୋଇଛି । ବାଲେଶ୍ବର ଜିଲ୍ଲା ତାଳସାରୀ ମେରାଇନ୍ ଥାନାର ଚନ୍ଦନେଶ୍ବର ବଜାରରେ ଥିବା ରାଧାକୃଷ୍ଣ ଜୁଏଲାରୀରୁ ଏହି ଲୁଟ୍ ହୋଇଛି । ଗ୍ରାହକ ବେଶରେ ଆସିଥିଲା ଲୁଟେରା । ବ୍ୟବସାୟୀଙ୍କୁ ଗହଣା ମାଗିଥିଲା । ଗହଣା ଦେଖାଇବା ବେଳେ ଚତୁରତାର ସହ ସୁନା ଅଳଙ୍କାର ଧରି ଦୌଡ଼ି ଦୌଡ଼ି ପଳାଇଥିଲା ଲୁଟେରା। ଘଟଣାସ୍ଥଳରେ ଜଳେଶ୍ୱର ଏସଡିପିଓ ଓ ପୋଲିସ ପହଞ୍ଚି ତଦନ୍ତ କରିଛନ୍ତି । ସିସିଟିଭି ଫୁଟେଜ୍ ଆଧାରରେ ଖୋଳତାଡ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.