ଦିଲ୍ଲୀ: ନଜଫଗଡ଼ରେ ସେଲୁନ୍ ଭିତରେ ଫୁଟିଲା ଗୁଳି, ୨ ଯୁବକଙ୍କ ମୃତ୍ୟୁ
ଦିଲ୍ଲୀର ନଜଫଗଡ଼ରେ ଥିବା ଏକ ସେଲୁନ୍ରେ ଆଖିବୁଜା ଗୁଳିକାଣ୍ଡ ଘଟିଛି । ଏଥିରେ ୨ ଯୁବକଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ହେଲେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ମୁତାବକ, ନଜଫଗଡ଼ ଥାନାକୁ ଏକ ପିସିଆର୍ କଲ୍ ଆସିଥିଲା, ଯେଉଁଥିରେ କଲର୍ ଜଣକ କହିଥିଲେ କି, ଇନ୍ଦ୍ରା ପାର୍କ, ପିଲର ନମ୍ବର ୮୦ ସେଲୁନରେ ଜଣେ ଯୁବକଙ୍କୁ ଗୁଳି କରାଯାଇଛି । ଏହା ବ୍ୟତୀତ ମୋହନ ଗାର୍ଡେନ ଥାନାକୁ ସୂଚନା ମିଳିଥିଲା କି, ଗୁଳି ବାଜି ଆହତ ହୋଇଥିବା ଦୁଇ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ କହିଛି ଯେ ସେଲୁନ୍ରେ ସୋନୁ ଓ ଆଶିଷ ନାମକ ଦୁଇ ଯୁବକଙ୍କୁ ଗୁଳି କରାଯାଇଛି । ଗୁରୁତର ଅବସ୍ଥାରେ ଦୁହିଁଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି । ପୋଲିସ ଉଭୟଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣା ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଛି ।
ସେପଟେ ଏହି ଗୁଳିକାଣ୍ଡ ପରେ ନଜଫଗଡ଼ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । ଗୁଳି ଶବ୍ଦ ଶୁଣି ସେଲୁନ୍ ଆଖପାଖରେ ଲୋକେ ରୁଣ୍ଡ ହୋଇଯାଇଥିଲେ । ସେଲୁନ୍ ଭିତର ରକ୍ତରଞ୍ଜିତ ହୋଇଯାଇଥିଲା । ଏବେ ଏହି ଘଟଣାର ତଦନ୍ତ ପାଇଁ ଏଫ୍ଏସ୍ଏଲ୍ ଟିମ୍କୁ ନିୟୋଜିତ କରାଯାଇଛି ।