Below header

କ୍ୟାପିଟାଲ ଥାନା ପୋଲିସ ପଞ୍ଝାରେ ସ୍ପିଡ ବାଇକ ଲୁଟେରା ଗ୍ୟାଙ୍ଗ

କ୍ୟାପିଟାଲ ଥାନା ପୋଲିସ ପଞ୍ଝାରେ ସ୍ପିଡ ବାଇକ ଲୁଟେରା ଗ୍ୟାଙ୍ଗ । ୨ ଜଣ ଭ୍ୟାନିଟ ବ୍ୟାଗ ଲୁଟେରା ଗିରଫ । ସେମାନେ ହେଲେ ଚନ୍ଦନ ନାୟକ ଓ ଦିଲ୍ଲୀପ ନାୟକ । ଅଭିଯୁକ୍ତଙ୍କ ନିକଟରୁ ଭ୍ୟାନିଟ ବ୍ୟାଗ, ମୋବାଇଲ, ସ୍ପିଡ ବାଇକ ଜବତ କରିଛି ପୋଲିସ ।

ଭୁବନେଶ୍ୱର(କେନ୍ୟୁଜ୍‌) : କ୍ୟାପିଟାଲ ଥାନା ପୋଲିସ ପଞ୍ଝାରେ ସ୍ପିଡ ବାଇକ ଲୁଟେରା ଗ୍ୟାଙ୍ଗ । ୨ ଜଣ ଭ୍ୟାନିଟ ବ୍ୟାଗ ଲୁଟେରା ଗିରଫ । ସେମାନେ ହେଲେ ଚନ୍ଦନ ନାୟକ ଓ ଦିଲ୍ଲୀପ ନାୟକ । ଅଭିଯୁକ୍ତଙ୍କ ନିକଟରୁ ଭ୍ୟାନିଟ ବ୍ୟାଗ, ମୋବାଇଲ, ସ୍ପିଡ ବାଇକ ଜବତ କରିଛି ପୋଲିସ । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ଏହି ଲୁଟେରା ଗ୍ୟାଙ୍ଗ ଟାର୍ଗେଟରେ ଥିଲେ ରାସ୍ତାରେ ଯାଉଥିବା ଏକାକୀ ମହିଳା। ଏହି ୨ ଲୁଟେରାଙ୍କ ନାଁରେ ଏକାଧିକ ମାମଲା ରହିଥିବା ତଦନ୍ତ ରୁ ଜାଣିବାକୁ ପାଇଛି ପୋଲିସ । ଚନ୍ଦନ ନାୟକ ନାମରେ ୭ଟି ମାମଲା ଓ ଦିଲୀପ ନାୟକ ନାଁରେ ୧୧ଟି ମାମଲା ରହିଛି । ବିଶେଷ କରି ଏମାନେ ବାଇକରେ ଯାଉଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲେ । ଗୋଟିଏ ଦିନରେ ରାଜଧାନୀରେ ୪ଟି ଲୁଟ କରିଥିଲେ । ଏହି ଗ୍ୟାଙ୍ଗ ରେ ଆଉ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ତାକୁ ଧରିବା ପାଇଁ ଚାଲିଛି ଚଢ଼ାଉ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.