ରୋଗୀଣା ପାଇଁ ମେଡିସିନ୍‌ ଆଣିବାକୁ ରାତିରେ ଲିଫ୍ଟରେ ଯାଉଥିଲା ଝିଅ, କିନ୍ତୁ ଲିଫ୍ଟରେ ଘଟିଗଲା ବଡ ଅଘଟଣ

ଯାହା କେହି କେବେ କଳ୍ପନା ବି କରିନଥିବେ । ତାହା ଘଟିଗଲା ଝିଅ ସହ । ଲିଫ୍ଟରେ ଝିଅକୁ ଏକାକୀ ଦେଖି ଝିଅ ସହ ହେଲା ଅସଦାଚରଣ ଉଦ୍ୟମ । ଏମିତି ଖୋଦ୍‌ କରିଛନ୍ତି ମେଡିକାଲ କର୍ମଚାରୀ । ଥରେ ଭାବନ୍ତୁ ଯଦି ରକ୍ଷକ ଯଦି ଭକ୍ଷକ ସାଜିବ ତାହାଲେ କାହାକୁ କହିବା ।

ନୟାଗଡ (କେନ୍ୟୁଜ) : ରାତିରେ ମାଆଙ୍କ ମେଡିସିନ୍‌ ଆଣିବାକୁ ଯାଉଥିଲା ଝିଅ । ସହଜ ହେବ ବୋଲି ଲିଫ୍ଟରେ ଯାଉଥିଲା । କିନ୍ତୁ ଏହି ସମୟରେ ଘଟିଗଲା ଅଘଟଣ । ଯାହା କେହି କେବେ କଳ୍ପନା ବି କରିନଥିବେ । ତାହା ଘଟିଗଲା ଝିଅ ସହ । ଲିଫ୍ଟରେ ଝିଅକୁ ଏକାକୀ ଦେଖି ଝିଅ ସହ ହେଲା ଅସଦାଚରଣ ଉଦ୍ୟମ । ଏମିତି ଖୋଦ୍‌ କରିଛନ୍ତି ମେଡିକାଲ କର୍ମଚାରୀ । ଥରେ ଭାବନ୍ତୁ ଯଦି ରକ୍ଷକ ଯଦି ଭକ୍ଷକ ସାଜିବ ତାହାଲେ କାହାକୁ କହିବା ।

ଏମିତି ଅଭିଯୋଗ ଆସିଛି ନୟାଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରୁ । ଯେଉଁଠି ଅସଦଚାରଣ ଉଦ୍ୟମ ହୋଇଛି ଜଣେ ଝିଅ ସହ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ରୋଗୀଙ୍କ ଝିଅ ସହ ଏମିତି ଘଟିଛି । ଯାହା ସୂଚନା ରହିଛି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଣା ମାଆର ମେଡିସିନ୍‌ ପାଇଁ ରାତିରେ ଲିଫ୍ଟରେ ଏକାକୀ ଯାଉଥିଲା ଝିଅ । କିନ୍ତୁ ଲିଫ୍ଟରେ ଏହି ସମୟରେ ସୁଯୋଗ ନେଇ ଅସଦାଚରଣ ଉଦ୍ୟମ କଲେ ଜଣେ ମେଡିକାଲ କର୍ମଚାରୀ ।

ଯାହା ପରେ ଅଚେତ ହୋଇଯାଇଥିଲା ଝିଅ । ଯାହାକୁ କିଛି ମେଡିକାଲ କର୍ମଚାରୀମାନେ ଗୁରୁତର ଅଚେତ ଅବସ୍ଥାରେ ଝିଅକୁ ଉଦ୍ଧାର କଲେ । ଝିଅ ଏବେ ମେଡିକାଲରେ ଚିକିତ୍ସାଧୀନ । ତେବେ ଏଭଳି ଏକ ଘୃଣ୍ୟ କାମ ଭିଆଛନ୍ତି ଖୋଦ ମେଡିକାଲ କର୍ମଚାରୀ ପ୍ରତାପ କୁମାର ନାଏକ । ଝିଅ ସହ ଦୁଷ୍କର୍ମ  ଅସଦାଚରଣ ଅଭିଯୋଗ ନେଇ ନୟାଗଡ଼ ଥାନାରେ ଅଭିଯୋଗ କରିଛନ୍ତି ଝିଅର ବାପା ।

ଏ ନେଇ ପୋଲିସ ତଦନ୍ତ କରିବା ସହ ମେଡିକାଲ କର୍ମଚାରୀ ପ୍ରତାପ କୁମାର ନାୟକଙ୍କୁ ଅଟକ ରଖିଛନ୍ତି । ଏପଟେ ମେଡିକାଲ ଏଭଳି ଘଟଣା ସମସ୍ତେ ନିନ୍ଦା କରିଛନ୍ତି । ସତରେ କେତେ ଅସୁରକ୍ଷିତ ହୋଇପଡିଛି ଆମ ସମାଜର କିଛି ଲୋକଙ୍କ ପାଇଁ । କଣ କେବେ ସୁଧୁରିବେନି ଏମିତି ଲୋକେ । ଏମାନଙ୍କ ପାଇଁ କଣ ଝିଅମାନେ ଶାନ୍ତିରେ ରହିପାରିବେନି । ଥରେ ଚିନ୍ତା କରନ୍ତୁ ସେ ଝିଅର ମାନସିକ ସ୍ଥିତି ଏବେ କେମିତି ଥିବ । ଆଉ ଏଭଳି ଘୃଣ୍ୟ ମାନସିକତା ଥିବା ଲୋକମାନଙ୍କ ପାଇଁ କଣ ଶାନ୍ତି ଦରକାର ଆପଣ କୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.