ଏମିତି କୁକୁରକୁ ଶହେ ସଲାମ୍ , ମାଲିକକୁ ଛାଡ଼ି ଗଲାନି ସାହାଯ୍ୟ ନମିଳିବା ପର୍ଯ୍ୟନ୍ତ ଭୁକି ଚାଲିଲା
ଭାଲେଣ୍ଟାଇନ୍ ସପ୍ତାହ ରେ ସମସ୍ତେ ନିଜ ପ୍ରେମ ପାଇଁ କେତେ କଣ କରୁଛନ୍ତି । କିନ୍ତୁ ପ୍ରେମ କଣ ତାର ପ୍ରକୃତ ଅର୍ଥ ବୁଝାଇଛି ଏହି କୁକୁରଟି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିବା ପରେ ଆପଣଙ୍କ ଆଖିରୁ ଲୁହ ବୋହିଯିବ । ଭାଲେଣ୍ଟାଇନ୍ ଓ୍ଵିକ୍ରେ ଏହି କୁକୁରଟି ନିସ୍ୱାର୍ଥପର ଭଲପାଇବା କଣ ତାର ଉଦାହରଣ ଦେଇଛି । ଯାହା ଜାଣିବା ପରେ ଆପଣ ଏ ପ୍ରେମକୁ କଣ କହିବେ ?

ଭାଲେଣ୍ଟାଇନ୍ ସପ୍ତାହ ରେ ସମସ୍ତେ ନିଜ ପ୍ରେମ ପାଇଁ କେତେ କଣ କରୁଛନ୍ତି । କିନ୍ତୁ ପ୍ରେମ କଣ ତାର ପ୍ରକୃତ ଅର୍ଥ ବୁଝାଇଛି ଏହି କୁକୁରଟି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିବା ପରେ ଆପଣଙ୍କ ଆଖିରୁ ଲୁହ ବୋହିଯିବ । ଭାଲେଣ୍ଟାଇନ୍ ଓ୍ଵିକ୍ରେ ଏହି କୁକୁରଟି ନିସ୍ୱାର୍ଥପର ଭଲପାଇବା କଣ ତାର ଉଦାହରଣ ଦେଇଛି । ଯାହା ଜାଣିବା ପରେ ଆପଣ ଏ ପ୍ରେମକୁ କଣ କହିବେ ?
୫୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ବିର୍ ବିଲିଂ ହେଉଛି ଟ୍ରେକ୍ ଓ ପାରାଗ୍ଲାଇଡିଂ ପର୍ଯ୍ୟଟକଙ୍କ ପାଇଁ ଏକ ଅତ୍ୟନ୍ତ ଅନୁକୂଳ ସ୍ଥାନ । ଯେଉଁଠି କି ୪ ଜଣ ଯାତ୍ରା କରିଥିଲେ । ବରଫାବୃତ ପାହାଡ଼ ମଝିରେ ପାରାଚ୍ୟୁଟ୍ ଗ୍ଲାଇଡ୍ ପାଇଁ ଯିବା ବେଳେ ଦୁଇ ଜଣଙ୍କର ଦେହାନ୍ତ ହୋଇଥିଲା । େସେ ସେଇଠାରେ ହିଁ ମରି ପଡ଼ିଥିଲେ କିନ୍ତୁ ତାଙ୍କ ସାଙ୍ଗରେ ଯାଇଥିବା କୁକୁରଟି ଭୁଲି ନଥିଲା ମାନବିକତା ।
ଅଭିନନ୍ଦନ ଗୁପ୍ତା ଓ ପ୍ରଣୀତା ୱାଲା ପାହାଡ଼ ଚଢ଼ିବା ସମୟରେ ହଠାତ୍ ସେମାନଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସହ ଯାଇଥିବା କୁକୁରଟି ତାଙ୍କ ମୃତ ଦେହ ନିକଟରେ ପ୍ରାୟ ୪୮ ଘଣ୍ଟା ଧରି ଭୁକିବାରେ ଲାଗିଥିଲା । ସେହି ମୃତଦେହକୁ ଛାଡ଼ି ସେହି ସ୍ଥାନରୁ ଟିକିଏ କୁଆଡ଼େ ବି ଘୁଞ୍ଚି ନଥିଲା । ମାଲିକଙ୍କ ପ୍ରତି ତାର ଏହି ପ୍ରେମ ସମସ୍ତଙ୍କୁ ଚକିତ କରିଛି ।
ମୃତ ପର୍ଯ୍ୟଟକ ହେଉଛନ୍ତି ପଞ୍ଜାବର ପଠାନକୋଟ ଅଭିନନ୍ଦ ଗୁପ୍ତା ଏବଂ ପୁଣେର ପ୍ରଣିତା ୱାଲା ବୋଲି ଜଣାପଡିଛି। ଦୁହେଁ ପାହାଡ଼ ଚଢ଼ୁଥିଲେ କୌଣସି କାରଣବଶତଃ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁର କାରଣ ନିଶ୍ଚିତ ହେବ ବୋଲି ଅଧିକାରୀମାନେ କହିଛନ୍ତି।
ସୂଚନାନୁସାରେ, ଯେତେବେଳେ ଅଭିନନ୍ଦ ଗୁପ୍ତା ଏବଂ ପ୍ରଣିତା ଦୀର୍ଘ ସମୟ ଧରି ଫେରି ନଥିଲେ, ସେତେବେଳେ ତାଙ୍କ ସହ ଆସିଥିବା ଅନ୍ୟ ଲୋକମାନେ ପୋଲିସର ସହାୟତା ନେଇଥିଲେ। କିଛି ସମୟ ପରେ ତାଙ୍କୁ ଖୋଜିବା ପାଇଁ ଏକ ସର୍ଚ୍ଚ ଟିମ୍ ପଠାଗଲା । ତଦନ୍ତ ପରେ ହିଁ ତାଙ୍କ ମୃତ ଦେହ ଜବଦ ହୋଇଥିଲା ।
ସେମାନଙ୍କ ମଧ୍ୟରେ ଦୁଇଜଣ ମହିଳା କାର ଯୋଗେ ଯାଇଥିଲେ । କିନ୍ତୁ କିଛି ବାଟ ଯିବା ପରେ କାର ଯାଇ ନପାରିବାରୁ ସେମାନେ ଚାଲିବା ଆରମ୍ଭ କଲେ । ପରେ ପାଗରେ ହଠାତ ପରିବର୍ତ୍ତନ ହୋଇଯାଇଥିଲା । ଦୁଇଜଣ ଲୋକ ଫେରି ଆସିଥିବା ବେଳେ ଅଭନନ୍ଦନଙ୍କ ସହ ପ୍ରଣୀତା ଓ ତାଙ୍କ କୁକୁର ଆଗକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ଆଉ ଫେରି ନଥିଲେ । ତେବେ କୁହାଯାଉଛି
ପାହାଡ଼ରେ ଚଢ଼ୁଥିବା ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ହେଲେ ସାଙ୍ଗରେ ଯାଇଥିବା କୁକୁରଟି ୪୮ ଘଣ୍ଟା ଧରି ଶବ ପାଖରେ ରହି ଭୁକିଥିଲା । ଯାହାଫଳରେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ତେବେ କୁକୁରର ନିଜ ପ୍ରତି ଏଭଳି ପ୍ରେମ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।