ଦେଶ ବିଦେଶ

ତୁର୍କୀକୁ ସହାୟତାର ହାତ ବଢାଇଲା ଭାରତ: ରିଲିଫ ସାମଗ୍ରୀ ସହ ପଠାଇଲା NDRF ଟିମ୍

ନୂଆଦିଲ୍ଲୀ : ସୋମବାର ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂମିକମ୍ପର ଭୟଙ୍କର ପରିଣାମ ଦେଖିବାକୁ ମିଳିଛି । ଚାରିଆଡେ ବିନାଶର ପଦଚିହ୍ନ । ୭.୮ ତୀବ୍ରତାର ଭୂମିକମ୍ପ ଯୋଗୁଁ ବିଲ୍ଡିଂ ଗୁଡିକ ଆଖି ପିଛୁଳାକେ ଭୁଶୁଡି ଯାଇଥିଲା । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଯୋଗୁଁ ୩୭୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଛି ।

ଏହାରି ଭିତରେ ତୁର୍କୀକୁ ସହାୟତାର ହାତ ବଢାଇଲା ଭାରତ। ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବଙ୍କ ଉଚ୍ଚ ସ୍ତରୀୟ ବୈଠକରେ ତୁର୍କୀକୁ ସହଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ପାଇଁ ୨ଟି ଏନଡିଆରଏଫ ଟିମ ପଠାଇଛି ଭାରତ । ଏହି ଟିମ୍‌ ରେସ୍କୁ ଓ ରିଲିଫ ଅପରେସନରେ ସହଯୋଗ କରିବେ। ୨ଟି ଟିମ୍‌ରେ ୧୦୧ ଜଣ NDRF ସଦସ୍ୟଙ୍କ ସହ ଅଛନ୍ତି ଟ୍ରେନଡ଼ କୁକୁର । ଟିମ୍‌ରେ ପ୍ରଶିକ୍ଷିତ ଡାକ୍ତର ମଧ୍ୟ ଅଛନ୍ତି । ଏହା ଆବଶ୍ୟକୀୟ ମେଡିସିନ ମଧ୍ୟ ପଠାଯାଇଛି । ଆଗକୁ ତୁର୍କୀ ସରକାରଙ୍କ ସହଯୋଗରେ ରିଲିଫ ସାମଗ୍ରୀ ପଠାଯିବ।

ଏହା ସହ ଭାରତ ସବୁ ପ୍ରକାରର ସହାୟତ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଭୂକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି । ଏଭଳି କଠିନ ସମୟରେ ଭାରତ ତୁର୍କୀ ସହ ଛିଡ଼ା ହୋଇ ରହିଥିବା କହିଛନ୍ତି ଜୟଶଙ୍କର ।

Barsha

Recent Posts

କୋଲକାତାରେ ରେଷ୍ଟୁରାଣ୍ଟ ଜଳି ପାଉଁଶ, ଭୟଙ୍କର ନିଆଁ ଦେଖି ରାସ୍ତାକୁ ଦୌଡ଼ିଲେ ଲୋକେ

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପାର୍କ ଷ୍ଟ୍ରିଟ୍‌ ଅଞ୍ଚଳରେ ଥିବା ଏହି ରେଷ୍ଟୁରାଣ୍ଟରେ…

14 mins ago

ଗ୍ରାଜୁଏସନ କରିଥିଲେ ଆକାଉଣ୍ଟ ଅଫିସର ପାଇଁ କରନ୍ତୁ ଆବେଦନ, ମାସକୁ ମିଳିବ ୯୦ ହଜାରରୁ ଅଧିକ ଦରମା

ଆସିଷ୍ଟାଣ୍ଟ ଆକାଉଣ୍ଟ ଅଫିସର ପଦବୀ ପାଇଁ ଭର୍ତ୍ତି ହେଉଛି । ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ…

24 mins ago

ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି, ଓଡ଼ିଶା ପହଞ୍ଚିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଆଉ କିଛି ଘଣ୍ଟାର ଅପେକ୍ଷା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ। ମୁଖ୍ୟମନ୍ତ୍ରୀ ସସ୍ପେନ୍ସରୁ ପରଦା ହଟିବ। ଆଜି ମୁଖ୍ୟମନ୍ତ୍ରୀ…

32 mins ago

iphone ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପ୍‌ ଆଣିଲା ଖାସ୍‌ ଫିଚର, ଜରୁରୀ ଚାଟ ହେବ ଆହୁରି ସୁରକ୍ଷିତ

ଆଇଫୋନ୍ ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପରେ ଏକ ନୂଆ ଫିଚର ଆସିଛି । ୟୁଜରମାନଙ୍କ ଜରୁରୀ ଚାଟ୍‌ ଏବେ ଆହୁରି ସୁରକ୍ଷିତ…

46 mins ago

ମୂଲ୍ୟବାନ କାଠ ଗଣ୍ଡିକୁ ବେଆଇନ ଭାବରେ ବିକ୍ରି କରିବା ପାଇଁ ଚାଲିଛି କି ଷଡଯନ୍ତ୍ର?

ପାଟଣାଗଡ଼ (କେନ୍ୟୁଜ): ବର୍ତମାନ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ବର୍ଷକୁ ବର୍ଷ ତାପମାତ୍ରା ବଢ଼ି ବଢ଼ି ଚାଲିଛି…

50 mins ago

ରାତିସାରା ପାଣିରେ ଭିଜାଇ ଖାଆନ୍ତୁ ଏହିସବୁ ଡ୍ରାଏ ଫ୍ରୁଟସ୍, ମିଳିବ ଅନେକ ସ୍ୱାସ୍ଥ୍ୟ ଲାଭ

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାୟତଃ ଖାଦ୍ୟରେ ଡ୍ରାଏ ଫ୍ରୁଟସ୍ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଅନ୍ତି । ଆପଣ ଏହା ମଧ୍ୟ ଜାଣିବା…

1 hour ago