ତୁର୍କୀକୁ ସହାୟତାର ହାତ ବଢାଇଲା ଭାରତ: ରିଲିଫ ସାମଗ୍ରୀ ସହ ପଠାଇଲା NDRF ଟିମ୍
ନୂଆଦିଲ୍ଲୀ : ସୋମବାର ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂମିକମ୍ପର ଭୟଙ୍କର ପରିଣାମ ଦେଖିବାକୁ ମିଳିଛି । ଚାରିଆଡେ ବିନାଶର ପଦଚିହ୍ନ । ୭.୮ ତୀବ୍ରତାର ଭୂମିକମ୍ପ ଯୋଗୁଁ ବିଲ୍ଡିଂ ଗୁଡିକ ଆଖି ପିଛୁଳାକେ ଭୁଶୁଡି ଯାଇଥିଲା । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଯୋଗୁଁ ୩୭୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଛି ।
ଏହାରି ଭିତରେ ତୁର୍କୀକୁ ସହାୟତାର ହାତ ବଢାଇଲା ଭାରତ। ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବଙ୍କ ଉଚ୍ଚ ସ୍ତରୀୟ ବୈଠକରେ ତୁର୍କୀକୁ ସହଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ପାଇଁ ୨ଟି ଏନଡିଆରଏଫ ଟିମ ପଠାଇଛି ଭାରତ । ଏହି ଟିମ୍ ରେସ୍କୁ ଓ ରିଲିଫ ଅପରେସନରେ ସହଯୋଗ କରିବେ। ୨ଟି ଟିମ୍ରେ ୧୦୧ ଜଣ NDRF ସଦସ୍ୟଙ୍କ ସହ ଅଛନ୍ତି ଟ୍ରେନଡ଼ କୁକୁର । ଟିମ୍ରେ ପ୍ରଶିକ୍ଷିତ ଡାକ୍ତର ମଧ୍ୟ ଅଛନ୍ତି । ଏହା ଆବଶ୍ୟକୀୟ ମେଡିସିନ ମଧ୍ୟ ପଠାଯାଇଛି । ଆଗକୁ ତୁର୍କୀ ସରକାରଙ୍କ ସହଯୋଗରେ ରିଲିଫ ସାମଗ୍ରୀ ପଠାଯିବ।
#TurkeyEarthquake | Last night, an Indian Air Force C-17 left for Turkey with search & rescue teams of the National Disaster Response Force (NDRF). This aircraft is part of a larger relief effort that will be undertaken by the IAF along with other Indian organisations: IAF pic.twitter.com/bLbn5SbHcP
— ANI (@ANI) February 7, 2023
ଏହା ସହ ଭାରତ ସବୁ ପ୍ରକାରର ସହାୟତ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଭୂକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି । ଏଭଳି କଠିନ ସମୟରେ ଭାରତ ତୁର୍କୀ ସହ ଛିଡ଼ା ହୋଇ ରହିଥିବା କହିଛନ୍ତି ଜୟଶଙ୍କର ।