କାନ୍ଦି ପକାଇଲେ ଇସ୍ରୋ ମୁଖ୍ୟ କେ. ଶିବନ, ଦେଖନ୍ତୁ ଏହି ଭିଡିଓରେ କେମିତି ପିଠିରେ ହାତ ଥାପୁଡାଇ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ

ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ ଚନ୍ଦ୍ର ଅଭିମୁଖେ ଆରମ୍ଭ କରିଥିଲା ଯାତ୍ରା। ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଥିଲା ୯୭୮କୋଟି ଟଙ୍କା। ଚନ୍ଦ୍ରଯାନ-୨ ପାଇଁ ୬୦୩ କୋଟି ଟଙ୍କା ଓ ଜିଏସଏଲଭି ଏମକେ- ୩ ରକେଟ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାହାର ସଫଳତାକୁ ଦୀର୍ଘ କିଛି ଦିନ ହେବ ଅପେକ୍ଷା କରିଥିଲା ସାରା ଦେଶ । ଗତକାଲି ଥିଲା  ଅବତରଣ ପ୍ରକ୍ରିୟା । ଯାହାକୁ ଦେଖିବାକୁ ଇସ୍ରୋ କଣ୍ଟ୍ରୋଲ ରୁମରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ।

ପ୍ରଥମ ୧୦ ମିିନିଟର ସଫଳତାରେ ସମସ୍ତେ ଖୁସି ଥିଲେ । କିନ୍ତୁ ପରେ ଆସିଲା ଉତ୍କଣ୍ଠାପୂର୍ଣ୍ଣ ମୁହୁର୍ତ୍ତ । ଶିବନ ଆସି ପ୍ରଧାନମନ୍ତ୍ରୀଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ଡାଟାକୁ ଅପେକ୍ଷା କରାଗଲା। ବେଶ କିଛି ସମୟ ଅପେକ୍ଷା ପରେ, ଶିବନ ଦେଇଥିଲେ ସୂଚନା । ବିକ୍ରମ ସହ ସମ୍ପର୍କ ଛିନ୍ନ ହୋଇଛି ।

ଲ୍ୟାଣ୍ଡର ସହ ସମ୍ପର୍କ ଛିନ୍ନ ହେବା ପରେ ବୈଜ୍ଞାନିକଙ୍କୁ ଉତ୍ସାହିତ କରିବା ପାଇଁ ଆଜି ସକାଳେ ପୁଣି ଥରେ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଇସ୍ରୋ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ଯିବା ସମୟରେ ଇସ୍ରୋ ମୁଖ୍ୟ କେ. ଶିବନଙ୍କ ସହ ହାତ ମିଳାଇଥିଲେ । ଏହି ସମୟରେ କାନ୍ଦି ପକାଇଥିଲେ କେ. ଶିବନ । ମୋଦି, ଶିବନଙ୍କୁ କୁଣ୍ଡାଇ ପକାଇଥିଲେ । ପିଠିରେ ହାତ ଥାପୁଡାଇ, ତାଙ୍କୁ ଉତ୍ସାହିତ କରିଥିଲେ ପ୍ରଧାନମନ୍ତ୍ରୀ।

ଦେଖନ୍ତୁ ଭିଡିଓ:


video courtesy: ANI

ଏହାସହ ପଢନ୍ତୁ:

ଜାଣନ୍ତୁ ତିହାର ଜେଲ୍‌ରେ କେମିତି କଟିଲା ଚିଦାମ୍ବରମ୍‌ଙ୍କ ପ୍ରଥମ ରାତି

Sonalisa

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

2 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

14 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

24 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

27 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago