କାନ୍ଦି ପକାଇଲେ ଇସ୍ରୋ ମୁଖ୍ୟ କେ. ଶିବନ, ଦେଖନ୍ତୁ ଏହି ଭିଡିଓରେ କେମିତି ପିଠିରେ ହାତ ଥାପୁଡାଇ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ
ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ ଚନ୍ଦ୍ର ଅଭିମୁଖେ ଆରମ୍ଭ କରିଥିଲା ଯାତ୍ରା। ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଥିଲା ୯୭୮କୋଟି ଟଙ୍କା। ଚନ୍ଦ୍ରଯାନ-୨ ପାଇଁ ୬୦୩ କୋଟି ଟଙ୍କା ଓ ଜିଏସଏଲଭି ଏମକେ- ୩ ରକେଟ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାହାର ସଫଳତାକୁ ଦୀର୍ଘ କିଛି ଦିନ ହେବ ଅପେକ୍ଷା କରିଥିଲା ସାରା ଦେଶ । ଗତକାଲି ଥିଲା ଅବତରଣ ପ୍ରକ୍ରିୟା । ଯାହାକୁ ଦେଖିବାକୁ ଇସ୍ରୋ କଣ୍ଟ୍ରୋଲ ରୁମରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ।
ପ୍ରଥମ ୧୦ ମିିନିଟର ସଫଳତାରେ ସମସ୍ତେ ଖୁସି ଥିଲେ । କିନ୍ତୁ ପରେ ଆସିଲା ଉତ୍କଣ୍ଠାପୂର୍ଣ୍ଣ ମୁହୁର୍ତ୍ତ । ଶିବନ ଆସି ପ୍ରଧାନମନ୍ତ୍ରୀଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ଡାଟାକୁ ଅପେକ୍ଷା କରାଗଲା। ବେଶ କିଛି ସମୟ ଅପେକ୍ଷା ପରେ, ଶିବନ ଦେଇଥିଲେ ସୂଚନା । ବିକ୍ରମ ସହ ସମ୍ପର୍କ ଛିନ୍ନ ହୋଇଛି ।
ଲ୍ୟାଣ୍ଡର ସହ ସମ୍ପର୍କ ଛିନ୍ନ ହେବା ପରେ ବୈଜ୍ଞାନିକଙ୍କୁ ଉତ୍ସାହିତ କରିବା ପାଇଁ ଆଜି ସକାଳେ ପୁଣି ଥରେ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଇସ୍ରୋ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ଯିବା ସମୟରେ ଇସ୍ରୋ ମୁଖ୍ୟ କେ. ଶିବନଙ୍କ ସହ ହାତ ମିଳାଇଥିଲେ । ଏହି ସମୟରେ କାନ୍ଦି ପକାଇଥିଲେ କେ. ଶିବନ । ମୋଦି, ଶିବନଙ୍କୁ କୁଣ୍ଡାଇ ପକାଇଥିଲେ । ପିଠିରେ ହାତ ଥାପୁଡାଇ, ତାଙ୍କୁ ଉତ୍ସାହିତ କରିଥିଲେ ପ୍ରଧାନମନ୍ତ୍ରୀ।
ଦେଖନ୍ତୁ ଭିଡିଓ:
#WATCH PM Narendra Modi hugged and consoled ISRO Chief K Sivan after he(Sivan) broke down. #Chandrayaan2 pic.twitter.com/bytNChtqNK
— ANI (@ANI) September 7, 2019
video courtesy: ANI
ଏହାସହ ପଢନ୍ତୁ:
ଜାଣନ୍ତୁ ତିହାର ଜେଲ୍ରେ କେମିତି କଟିଲା ଚିଦାମ୍ବରମ୍ଙ୍କ ପ୍ରଥମ ରାତି