ଆଜି ପହଞ୍ଚିବେ ଜଗାବଳିଆ, ସେମାନଙ୍କ ସହ ଓଡ଼ିଶା ଆସୁଛନ୍ତି ୧୧ଜଣିଆ ଟିମ

ଭୁବନେଶ୍ବର: ଆଜି ଓଡ଼ିଶାରେ ପହଞ୍ଚିବେ ଜଗାବଳିଆ । ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ସେମାନେ ଆସୁଛନ୍ତି । ଜଗାବଳିଆଙ୍କ ସହ ୧୧ଜଣିଆ ଟିମ ମଧ୍ୟ ଓଡ଼ିଶା ଆସୁଛି। ସେଥିରେ ୬ଜଣ ଡାକ୍ତର ରହିଛନ୍ତି । ଜଗାବଳିଆଙ୍କ ଚିକିତ୍ସା ପାଇଁ ଏସସିବି ବଡ଼ ମେଡିକାଲର ଟ୍ରମା ଆଇସିୟୁ ଓ ସର୍ଜରୀ ବିଭାଗର କ୍ୟାବିନ ନମ୍ବର ୨ରେ ବ୍ୟବସ୍ଥା କରାଯାଇଛି । ଏସସିବି ପକ୍ଷରୁ ୧୪ ଜଣିଆ ଡାକ୍ତରୀ ଟିମ ଜଗାବଳିଆଙ୍କ ଚିକିତ୍ସା ପାଇଁ ଗଠନ କରାଯାଇଛି । ଏସସିବିରେ କିଛି ଦିନ ରହିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବେ ଜଗାବଳିଆ । ଏହା ପରେ ନିଜର ଘର ବା କମ୍ୟୁନିଟିକୁ ଫେରିବେ । ୨୦୧୭ ମସିହାରେ ଦିଲ୍ଲୀ ଏମସରେ ସର୍ଜରୀ କରି କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଅଲଗା କରାଯାଇଥିଲା । ଜଗା ବଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏକ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.