Below header

ଭାରତ ସରକାରଙ୍କ ଦ୍ବାରା ଏହି ବଡ ସମ୍ମାନରେ ସମ୍ମାନିତ ହେବେ କୋକିଳ କଣ୍ଠୀ ଲତା ମଙ୍ଗେସକର

ମୁମ୍ବାଇ : ନିଜର କଣ୍ଠସ୍ୱର ପାଇଁ ଦେଶ ତଥା ବିଦେଶରେ ବେଶ୍ ଲୋକପ୍ରିୟ ହୋଇପାରିଥିବା କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କୁ ପୁଣି ଏକ ବଡ଼ ସମ୍ମାନ ମିଳିବାକୁ ଯାଉଛି । ଭାରତ ସରକାରଙ୍କ ପକ୍ଷରୁ ତାଙ୍କର ୯୦ତମ ଜନ୍ମଦିନରେ ତାଙ୍କୁ ଏକ ବଡ଼ ସମ୍ମାନରେ ସମ୍ମାନିତ କରାଯିବ । ଆଜ୍ଞା ହଁ ଆସନ୍ତା ସେପ୍ଟେମ୍ବର ୨୮ରେ ତାଙ୍କର ଜନ୍ମଦିନ ଅବସରରେ ଭାରତ ସରକାର ତାଙ୍କୁ ‘ଡଟର ଅଫ୍‌ ଦ ନେଶନ’ ସମ୍ମାନରେ ସମ୍ମାନିତ କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି । ସଙ୍ଗୀତ ଜଗତ ପ୍ରତି ତାଙ୍କର ଥିବା ଅବଦାନ ପାଇଁ ତାଙ୍କୁ ଏହି ଟାଇଟେଲ ପ୍ରଦାନ କରାଯିବ ବୋଲି ଜଣା ପଡ଼ିଛି । ଅପରପକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଲତାଜୀଙ୍କ ସ୍ୱରର ବହୁତ ବଡ଼ ପ୍ରଶଂସକ। ଲତାଜୀ ଦେଶର ସ୍ୱରକୁ ପ୍ରତିନିଧିତ୍ୱ କରୁଥିବାରୁ ସେ ଏହି ସମ୍ମାନରେ ସମ୍ମାନିତ ହେବା ଉଚିତ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଏହାସହ ପଢନ୍ତୁ:

ଆପଣବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ: ଯାହା ପାଇଁ ଆଜି ରାନୁ ମଣ୍ଡଳ ଫେମସ୍ ହେଲେ, ତାଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.