Below header

ଗୁଣୁପୁର କୁଲୁସିଂ ଗାଁ ନିକଟସ୍ଥ ଗୁଙ୍ଗୁ ପାହାଡ଼ରେ ଭୂସ୍ଖଳନ, ପ୍ରଖର ଗତିରେ ପାଣି ସହ ପଥର ଖସିବା ପରେ ଭୟର ବାତାବରଣ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣୁପୁର ଆବଡ଼ା ପଞ୍ଚାୟତ କୁଲୁସିଂ ଗାଁରେ ଭୂସ୍ଖଳନକୁ ନେଇ ଭୟର ବାତାବରଣ । ନିକଟସ୍ଥ ଗୁଙ୍ଗୁ ପାହାଡ଼ରେ ଭୂସ୍ଖଳନ ହେବାରୁ ପ୍ରଖର ଗତିରେ ପାଣି ସହ ବଡ଼ ବଡ଼ ପଥର ପାଦଦେଶକୁ ଖସି ପଡ଼ିଥିଲା । ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ପଡ଼ିଥିବା ବେଳେ ହଜାର ହଜାର କାଜୁ ଗଛ ନଷ୍ଟ ହୋଇଛି । ଧାନ ଜମିରେ ମଧ୍ୟ ମାଟି ପଡ଼ି ଫସଲ ପୋତି ହୋଇଯାଇଛି । ତେବେ ଭୂସ୍ଖଳନରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାହାଡ଼ ତଳେଥିବା ତିନିଟି ପରିବାର । ଭୂସ୍ଖଳନ ବେଳେ ପ୍ରଚଣ୍ଡ ଶବ୍ଦ ହେବାରୁ ଘରୁ ବାହାରକୁ ପଳାଇ ଆସିଥିଲେ । ଗୁଣୁପୁର ତହସିଲଦାର, ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ତିନି ପରିବାରଙ୍କୁ କୁଲୁସିଂ କମ୍ୟୁନିଟି ଘରେ ରଖିଛନ୍ତି । ସେମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.