Below header

ଆଜି ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟର ତଦାରଖ କରିବେ ଆମିକସ କ୍ୟୁରୀ

ପୁରୀ: ଆମିକସ କ୍ୟୁରୀ ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ଆଜି ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟର ତଦାରଖ କରିବେ । ଉଚ୍ଛେଦ କାର୍ଯ୍ୟର ଅଗ୍ରଗତି ଓ ସ୍ଥିତି ନେଇ ସେମାନେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏ ବାବଦରେ ପ୍ରଭାବିତ ମଠ ମନ୍ଦିର ଓ ବ୍ୟବସାୟୀଙ୍କ ମତାମତ ମଧ୍ୟ ନେଇପାରନ୍ତି । ତେବେ ଆଜି ପ୍ରଥମେ ଆମିକସ କ୍ୟୁରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏହାପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଆମିକସ କ୍ୟୁରୀ

ଗତକାଲି ରାତିରେ ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ ଆମିକସ କ୍ୟୁରୀ ଓ ସଲିସିଟର ଜେନେରାଲ । ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଆମିକସ କ୍ୟୁରୀ ତାଙ୍କ ରିପୋର୍ଟ ଦାଖଲ କରିବା ପରେ ଆସନ୍ତା ୧୭ ତାରିଖରେ ଉଚ୍ଛେଦ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ଶ୍ରୀମନ୍ଦିର ଚାରି ପାଖରୁ ଚାଲିଥିବା ଉଚ୍ଛେଦ କାମ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ । ପୁରୀ ଯାଇ ସ୍ଥିତି ଅନୁଧ୍ୟାନ ପାଇଁ ସଲିସିଟର ଜେନେରାଲ ଓ ଆମିକସ କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.